ନୂଆଦିଲ୍ଲୀ:ରବିବାର ଦୁବାଇରେ ପହଞ୍ଚିବେ ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର ଋଷଭ ପନ୍ତ । ଅନ୍ୟ ଭାରତୀୟ ଖେଳାଳିଙ୍କ ପରି ଦୁବାଇରେ ପହଞ୍ଚିବା ପରେ ପନ୍ତ ମଧ୍ୟ ୬ ଦିନ କ୍ବାରେଣ୍ଟିନରେ ରହିବେ । ଏହାପରେ ଟିମର ଜୈବ ସୁରକ୍ଷା ବଳୟରେ ସାମିଲ ହେବେ ।
ପନ୍ତଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ଅଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା, ପୃଥ୍ବୀ ଶ, ଉମେଶ ଯାଦବ ଓ ଅକ୍ଷର ପଟେଲ ମଧ୍ୟ ମାଞ୍ଚେଷ୍ଟରରୁ DC କ୍ୟାମ୍ପ୍ରେ ସାମିଲ ହେବେ ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚଷ୍ଟେରରେ ଖେଳାଯିବାକୁ ଥିବା ଶେଷ ଟେଷ୍ଟ ଶୁକ୍ରବାର ବାତିଲ ହେବାପରେ ଆଇପିଏଲ ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳିଙ୍କୁ ଚାଟାର୍ଡ ବିମାନ ଯୋଗେ UAE ପହଞ୍ଚାଉଛି । ସେପ୍ଟେମ୍ବର ୧୯ରେ ଦୁବାଇରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇଭୋଲଟେଜ ମୁକାବିଲାରୁ IPL ୨୦୨୧ର ଦ୍ବିତୀୟ ଭାଗ ଆରମ୍ଭ ହେବ । ଦୁବାଇରେ ମୋଟ ୧୩ଟି ମ୍ୟାଚ୍, ଶାରଜାହରେ ୧୦ଟି ଓ ଆବୁଧାବିରେ ୮ଟି ମ୍ୟାଚ୍ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ