ଆବୁଧାବି:ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରୁ ବାଦ ପଡିଲା ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ସର୍ବାଧିକ ଦଳୀୟ ସ୍କୋର ୨୩୫ କରିଥିଲେ ମଧ୍ୟ ପ୍ଲେ-ଅଫ୍ ଟିକେଟ ହାସଲ କରିପାରିନାହିଁ । ପ୍ଲେ-ଅଫ୍ରେ ପ୍ରବେଶ ପାଇଁ ୧୭୧ ରନ୍ର ବିଜୟ ବ୍ୟବଧାନ ଆବଶ୍ୟକ କରୁଥିଲା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ।
ମାତ୍ର ବ୍ୟାଟରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଏହା ସମ୍ଭବ ହୋଇପାରିନାହିଁ । ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରେ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ଟିମ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରି କୋଲକାତା ନାଇଟ ରାଇଡର୍ସ ।