ଚେନ୍ନାଇ: ପ୍ରଥମେ ବ୍ୟାଟିଂ କରି 6 ଓ୍ବିକେଟ ହରାଇ 188 ରନର ଟାର୍ଗେଟ ଦେଲା କେକେଆର । ନୀତିଶ ରାଣା ଏବଂ ରାହୁଲ ତ୍ରିପାଠୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଲମ୍ବା ଇନିଂସର ଟାର୍ଗେଟ ଦେଇଛି କେକେଆର ।
ତେବେ ପ୍ରଥମେ ଓପନିଂ କରି ରାଣା 56 ବଲରେ ଧୂଆଁଧାର 80 ରନ୍ କରି ଥିବାବେଳେ 29 ବଲରେ 53 ରନ୍ କରିଛନ୍ତି ତ୍ରିପାଠୀ । ସେହିପରି ଦୀନେଶ କାର୍ତ୍ତିକ 9 ବଲରେ 22 ରନ କରି ନଟ୍ ଆଉଟ୍ ରହି ଥିବାବେଳେ ଶୁବମ ଗିଲ୍ 13 ବଲରେ 15, ଆଣ୍ଡେର ରସେଲ 5 ବଲରେ 5, ଇଅନ ମୋର୍ଗାନ 3 ବଲରେ 2 ଏବଂ ସାକିବ ଅଲ ହସନ 5 ବଲରେ 3 ରନ୍ କରି ପାଭିଲିୟନ ଫେରି ଯାଇଛନ୍ତି ।