ଓଡିଶା

odisha

ETV Bharat / sports

IPL 2021: କ୍ୟାପିଟାଲ୍ସକୁ ୧୨୮ରନ୍‌ରେ ରୋକିଲା KKR

କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ୧୨୮ ରନ୍‌ର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

By

Published : Sep 28, 2021, 5:35 PM IST

Updated : Sep 28, 2021, 5:51 PM IST

IPL 2021: KKR restrict DC to 127-9
IPL 2021: କ୍ୟାପିଟାଲ୍ସକୁ ୧୨୮ରନ୍‌ରେ ରୋକିଲା KKR

ଶାରଜାହ: ଆଇପିଏଲର ୪୧ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୨୭ ରନ୍‌ ସଂଗ୍ରହ କରିଛି । ଫଳରେ କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ୧୨୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ପ୍ଲେ-ଅଫ୍‌ ରେସ୍‌ରେ ଥିବା KKR ବୋଲର ଘାତକ ବୋଲିଂ ସହ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ୍‌ ଖେଳିବାକୁ ଦେଇନଥିଲେ । ନିୟମିତ ବ୍ୟବଧାନରେ ୱିକେଟ ହାସଲ କରିବା ସହିତ ମାତ୍ର ୧୨୭ ରନ୍‌ରେ ଶକ୍ତିଶାଳୀ ଦିଲ୍ଲୀ ବ୍ୟାଟିଂ ଲାଇନଅପ୍‌କୁ ସୀମିତ ରଖିଥିଲେ ।

ଦିଲ୍ଲୀ ପକ୍ଷରୁ ସର୍ବାଧିକ କ୍ୟାପେଟନ୍‌ ପନ୍ତ ୩୬ ବଲ୍‌ରୁ ୩୯ ଓ ଷ୍ଟିଭେନ ସ୍ମିଥ ୩୪ ବଲ୍‌ରୁ ୩୯ ରନ୍‌ର ଇଂନିସ ଖେଳିଛନ୍ତି । ଶିଖର ଧାୱନ ୨୪ ରନ୍‌ର ଯୋଗଦାନ କରିଛନ୍ତି । ତେବେ ଏହାବ୍ୟତୀତ ଦିଲ୍ଲୀର ୭ଜଣ ଖେଳାଳି ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । କୋଲକାତା ପକ୍ଷରୁ ଲୁକି ଫର୍ଗୁସନ, ସୁନୀଲ ନାରିନ ଓ ଭେଙ୍କଟସ ଆୟର ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଟିମ ସାଉଦୀ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 28, 2021, 5:51 PM IST

ABOUT THE AUTHOR

...view details