ନୂଆଦିଲ୍ଲୀ: ଆଇପିଏଲ 2021ର ମ୍ୟାଚ ଖେଳିବା ପାଇଁ ଦୁବାଇ ଗସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଘରୋଇ ଖେଳାଳି ବ୍ୟତୀତ ଟିମ ମ୍ୟାନେଜମେଣ୍ଟର ସଦସ୍ୟ ଦୁବାଇ ଗସ୍ତ କରିଛନ୍ତି । ଏନେଇ ଦିଲ୍ଲୀ କ୍ୟାପିଟାଲ୍ସର ଇନଷ୍ଟାଗ୍ରାମରେ ସୂଚନା ଦିଆଯାଇଛି ।
ଆଗାମୀ ଆଇପିଏଲ ୨୦୨୧ ଅବଶିଷ୍ଟ ମ୍ୟାଚ ଗୁଡିକ ଦେଶ ବାହାରେ ଆୟୋଜନ କରାଯାଉଛି । ଏହାକୁ ନଜରରେ ରଖି ବର୍ତ୍ତମାନ ସମସ୍ତ ଫ୍ରାଞ୍ଚାଇଜର ଖେଳାଳି ଓ ଦଳୀୟ ମ୍ୟାନେଜମେଣ୍ଟ ଦୁବାଇ ଗସ୍ତ କରୁଛନ୍ତି । ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଲେଗ ସ୍ପିନର ଅମିତ ମିଶ୍ରା, ବ୍ୟାଟସମ୍ୟାନ ଶ୍ରେୟସ ଆୟାର, ସହକାରୀ କୋଟ ପ୍ରବୀଣ ଆମ୍ରେ ଦୁବାଇରେ ପହଞ୍ଚିଛନ୍ତି ।
ସୂଚନାଥାଉକି ଗତ ମାର୍ଚ୍ଚ ମାସରେ ପୁନେରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଖେଳୁଥିବା ସମୟରେ ଶ୍ରେୟସ ଆୟାର କାନ୍ଧରେ ଆଘାତ ପ୍ରାପ୍ତ ହୋଇଥିଲେ । ଏହା ପରେ ସେ ଆଇପିଏଲ ୨୦୨୧ ରୁ ବାହାରି ଯାଇଥିଲେ । ଏହା ପରେ ସେ ଅପରେସନ କରି ବର୍ତ୍ତମାନ ଫିଟ ହୋଇଯାଇଛନ୍ତି । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବ ତୁଲାଉଥିଲେ । ଏହା ପରେ ୱିକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ଥ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ ଧରିଥିଲେ । ବର୍ତ୍ତମାନ କିନ୍ତୁ ଋଷଭ ପନ୍ଥ ଅଧିନାୟକ ଦାୟିତ୍ବ ତୁଲାଇବେ ନା ଶ୍ରେୟସ ଆୟାର ଅଧିନାୟକ ଦାୟିତ୍ବ ତୁଲାଇବେ ତାହା ସ୍ଥିର ହୋଇନାହିଁ । ସେପଟେ ପନ୍ଥଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଭଲ ରହିଛି ।