ଓଡିଶା

odisha

ETV Bharat / sports

IPL 2021: ଚେନ୍ନାଇକୁ ୧୩୬ ରନ୍‌ରେ ରୋକିଲା ଦିଲ୍ଲୀ

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୱିକେଟ ହରାଇ ରନ୍‌ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

By

Published : Oct 4, 2021, 9:17 PM IST

Updated : Oct 4, 2021, 9:29 PM IST

IPL 2021: Delhi Capitals elect to field against Chennai Super Kings
IPL 2021: ଚେନ୍ନାଇକୁ ୧୩୬ ରନ୍‌ରେ ରୋକିଲା ଦିଲ୍ଲୀ

ଦୁବାଇ: ଆଇପିଏଲର ୫୦ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ସୁପରକିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୬ ରନ୍‌ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୩୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

CSK ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୫୫ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୪୩ ବଲ୍‌ରୁ ୫ ଚୌକା ଓ ୨ଟି ଦମଦାର ଛକା ସହାୟତାରେ ୫୫ ରନ୍‌ର ଉପଯୋଗୀ ଇଂନିସ ଖେଳିଛନ୍ତି । ଦିଲ୍ଲୀ ବୋଲରଙ୍କ କଞ୍ଜୁସି ବୋଲିଂ ଯୋଗୁଁ ଅନ୍ୟ କୌଣସି ଚେନ୍ନାଇ ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇନଥିଲେ ।

ମ୍ୟାଚ୍‌ର ନବମ ଓଭରରେ ମାତ୍ର ୬୨ ରନ୍‌ରେ ୪ ୱିକେଟ ହରାଇ ସଙ୍କଟରେ ପଡିଥିଲା CSK । ତେବେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଓ ରାୟୁଡୁ ସଙ୍କଟମୋଚକ ସାଜି ଟିମକୁ ସୁରକ୍ଷିତ ସ୍ଥିତିକୁ ନେଇଯାଇଥିଲେ । ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ ଯୋଡିରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ମ୍ୟାଚ୍‌ର ଶେଷ ଓଭରର ପ୍ରଥମ ବଲ୍‌ରେ ଧୋନି ୧୩୨ ସ୍କୋରରେ ଆଉଟ୍‌ ହୋଇଥିଲେ ।

ଦିଲ୍ଲୀ ପକ୍ଷରୁ ସମସ୍ତ ବୋଲର ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ତେବେ ସ୍ପିନର ଅକ୍ଷର ପଟେଲ ସର୍ବାଧିକ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ଆନରିଚ ନର୍କିଆ, ଅଭେଶ ଖାନ୍‌, ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 4, 2021, 9:29 PM IST

ABOUT THE AUTHOR

...view details