ଓଡିଶା

odisha

ETV Bharat / sports

ଶୀର୍ଷରେ ପହଞ୍ଚିଲା ଦିଲ୍ଲୀ, ପରାଜୟ ଧାରାକୁ ରୋକିପାରିଲାନି ହାଇଦ୍ରାବାଦ - ଆଇପିଏଲ ୨୦୨୧

ସନ୍ ରାଇଜର୍ସ ହାଇଦ୍ରାବାଦକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଲା ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

ଶୀର୍ଷରେ ପହଞ୍ଚିଲା ଦିଲ୍ଲୀ, ପରାଜୟ ଧାରାକୁ ରୋକିପାରିଲାନି ହାଇଦ୍ରାବାଦ
ଶୀର୍ଷରେ ପହଞ୍ଚିଲା ଦିଲ୍ଲୀ, ପରାଜୟ ଧାରାକୁ ରୋକିପାରିଲାନି ହାଇଦ୍ରାବାଦ

By

Published : Sep 23, 2021, 6:57 AM IST

ଦୁବାଇ: ସହଜ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । ୮ ୱିକେଟରେ ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନକୁ ଫେରିଛି ଦିଲ୍ଲୀ । ୧୪ ପଏଣ୍ଟ ସହ ପ୍ଲେ ଅଫ୍‌ର ନିକଟତର ମଧ୍ୟ ହୋଇଛି ।

ଅନ୍ୟପକ୍ଷରେ ପରାଜୟ ଧାରାକୁ ରୋକିପାରିନି ସନ୍ ରାଇଜର୍ସ ହାଇଦ୍ରାବାଦ । ଦଳ ୮ ମୁକାବିଲା ମଧ୍ୟରୁ ୭ ଥର ପରାଜିତ ହୋଇଛି । ଏଥିସହ ପଏଣ୍ଟ ତାଲିକାରେ ସବୁଠୁ ଶେଷରେ ରହିଛି ହାଇଦ୍ରାବାଦ । ତେବେ ଦୁବାଇରେ ଖେଳାଯାଇଥିବା IPL-2021ର ୩୩ତମ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୩୪ ରନ୍ କରିଥିଲା । ଶକ୍ତିଶାଳୀ ବ୍ୟାଟିଂକ୍ରମ ରଖିଥିବା ଦିଲ୍ଲୀ ପାଇଁ ଏହି ବିଜୟ ଖୁବ୍ ସହଜ ହୋଇଥିଲା ।

ତେବେ ହାଇଦ୍ରାବାଦର ଜବାବରେ ଦିଲ୍ଲୀ ୧୭ ଓଭର ୫ ବଲରେ ମାତ୍ର ୨ ୱିକେଟ ହରାଇ ୧୩୯ ରନ୍ କରି ବିଜୟ ମୁକୁଟ ପିନ୍ଧିଥିଲା । ଦମଦାର୍ ବୋଲିଂ ପାଇଁ ଅନରିକ୍ ନର୍ଖିୟାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details