ଦୁବାଇ:ଆଇପିଏଲ ୨୦୨୧ର ପ୍ଲେ-ଅଫ୍ ପର୍ଯ୍ୟାୟ ଆରମ୍ଭ ହୋଇଛି । କ୍ବାଲିଫାୟର-୧ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ସୁପରକିଙ୍ଗ୍ସ କ୍ୟାପେଟନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।
ଚୂଡାନ୍ତ ଏକାଦଶରେ ଚେନ୍ନାଇ ସୁପର କିଙ୍ଗ୍ସ କୌଣସି ପରିବର୍ତ୍ତନ କରିନଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ରିପଲ ପଟେଲଙ୍କ ସ୍ଥାନରେ ଟମ୍ କରନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଛି ।
ଲିଗ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ ସହ ପଏଣ୍ଟ ଟେବୁଲର CSK ଦ୍ବିତୀୟ ସ୍ଥାନରେ ଓ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଥିଲା । ଆଜି ମ୍ୟାଚ୍ର(କ୍ବାଲିଫାୟାର-୧) ବିଜୟୀ ଟିମ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଅନ୍ୟପରେ ପରାଜିତ ଟିମ ପାଖରେ ଆଉ ଏକ ମ୍ୟାଚ୍(କ୍ବାଲିଫାୟର ୨) ଖେଳିବାକୁ ସୁଯୋଗ ରହିବ ।