ମୁମ୍ବାଇ:ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଅଲରାଉଣ୍ଡର ଅକ୍ଷର ପଟେଲ ଓ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସିମ୍ରନ ହେଟମେୟର ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି । 2021 ଆଇପିଏଲ ପୂର୍ବରୁ ମୁମ୍ବାଇରେ ଟିମ ହୋଟେଲରେ ମଙ୍ଗଳବାର ସାମିଲ ହୋଇଛନ୍ତି ଏହି ତିନି ଖେଳାଳି ।
ସମସ୍ତ ଖେଳାଳି ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବେ । ଏନେଇ ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ ୱର୍କ୍ସ ମୁମ୍ବାଇ ପହଞ୍ଚିବା ସହ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି ।
ଆଇପିଏଲ 2021 ପାଇଁ ବିସିସିଆଇର SOP ଅନୁଯାୟୀ, ସମସ୍ତ ଖେଳାଳି(ଭାରତ-ଇଂଲଣ୍ଡ ସିରିଜରେ ଥିବା ଖେଳାଳିଙ୍କ ବ୍ୟତୀତ), ସପୋର୍ଟ ଷ୍ଟାଫ ଓ ମ୍ୟାନେଜମେଣ୍ଟ ଜୈବ ସୁରକ୍ଷା ବଳୟ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ହୋଟେଲ ରୁମରେ 7ଦିନ କ୍ବାରେଣ୍ଟିନରେ ରହିବେ । ପ୍ରତ୍ୟେକଙ୍କୁ ଏକାଧିକ ଥର ଟେଷ୍ଟ କରାଯିବ ଓ ନେଗେଟିଭ ରିପୋର୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ପରେ ସେମାନେ ପଡିଆରେ ଅଭ୍ୟାସ ପାଇଁ ଅନୁମତି ମିଳିବ ।