ନୂଆଦିଲ୍ଲୀ: ପ୍ରଥମ ଡୋଜ କୋରୋନା ଟିକା ନେଲେ ଭାରତୀୟ ଓପନର ଶିଖର ଧୱନ । କୋରୋନୋ ଭ୍ୟାକ୍ସିନ ନେବାପରେ ସେ ଟ୍ବିଟ କରି ସୂଚନା ଦେବା ସହ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି । କୋରୋନା ମହାମାରୀ ସଂଗ୍ରାମରେ ସମ୍ମୁଖ କୋରୋନା ଯୋଦ୍ଧାଙ୍କ ତ୍ୟାଗ ସମର୍ପଣକୁ ସେ ସମ୍ମାନ ଜଣାଇଛନ୍ତି।
ଆଜି(ଗୁରୁବାର) କୋରୋନା ଭ୍ୟାକ୍ସିନ ନେଇଛନ୍ତି ଶିଖର ଧୱନ । ଏହାପରେ ସେ ଟିକା ନେଉଥିବା ବେଳର ଏକ ଫଟୋ ସେୟାର କରି କହିଛନ୍ତି ଯେ, "କୋରୋନା ଟିକା ନେଲି । ସମସ୍ତ ସମ୍ମୁଖ କୋରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସମର୍ପଣ ମୁଁ ଧନ୍ୟବାଦ ଦେଉଛି । କୋରୋନା ଟିକା ନେବାରେ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଯଥାଶୀଘ୍ର ସମ୍ଭବ ସଭିଏଁ ଟିକା ନିଅନ୍ତୁ । ଏହା କୋରୋନା ଭାଇରସକୁ ମାତ ଦେବାରେ ଆମକୁ ସାହାଯ୍ୟ କରିବ । "