ଓଡିଶା

odisha

‘ସ୍ଲୋଗ ଓଭରରେ ବ୍ୟାଟିଂ ପାଇଁ ମୋତେ କ୍ରୟ କରାଯାଇଛି’

By

Published : Apr 16, 2021, 11:02 AM IST

ମୁଁ ଜାଣିଛି ମୋତେ ଅନ୍ତିମ ଓଭରରେ ବ୍ୟାଟିଂ ପାଇଁ କ୍ରୟ କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ ବିପକ୍ଷରେ ବିଜୟୀ ଇନିଂସ ଖେଳିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ରୟାଲ୍ସର ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ରିସ ମୋରିସ । ଅଧିକ ପଢନ୍ତୁ...

I know I am paid to slog, says Chris Morris
ସ୍ଲୋଗ ଓଭରରେ ବ୍ୟାଟିଂ ପାଇଁ ମୋତେ କ୍ରୟ କରାଯାଇଛି: କ୍ରିସ ମୋରିସ

ମୁମ୍ବାଇ:ମୁଁ ଜାଣିଛି ମୋତେ ଅନ୍ତିମ ଓଭରରେ ବ୍ୟାଟିଂ ପାଇଁ କ୍ରୟ କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ ବିପକ୍ଷରେ ବିଜୟୀ ଇନିଂସ ଖେଳିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ରୟାଲ୍ସର ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ରିସ ମୋରିସ । ଦିଲ୍ଲୀ ବିପକ୍ଷରେ ତିନି ୱିକେଟରେ ଚମତ୍କାର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ ।

ରାଜସ୍ଥାନ ରୟାଲ୍ସ ନିଜର ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ବିପକ୍ଷରେ ବିଜୟୀରୁ ଅଳ୍ପକେ ଦୂରରେ ରହିଯାଇଥିଲା । କିନ୍ତୁ ଦିଲ୍ଲୀ ବିପକ୍ଷରେ ଚମତ୍କାର ବିଜୟୀ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଶେଷ ବଲରେ ଛକା ମାରି ବିଜୟ ହାସଲ କରିଛନ୍ତି । ରାଜସ୍ଥାନ ବିଜୟରେ ଅସଲ ନାୟକ ଥିଲେ ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ରିସ ମୋରିସ । 18 ବଲରେ 4 ଛକା ସହ ଧୂଆଁଧାର ଖେଳ ପ୍ରଦର୍ଶନ କରି 36 ରନ କରିଥିଲେ । ବିଜୟ ହାସଲ ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଁ ଜାଣିଛି ମୋତେ ଅନ୍ତିମ ଓଭରରେ ବ୍ୟାଟିଂ ପାଇଁ କ୍ରୟ କରାଯାଇଛି । ସ୍ଲୋଗ ଓଭରରେ ଖେଳିବା ମୋର ଦାୟିତ୍ବ । ମୁଁ ଅଧିକ ଗୋଲ୍ଫ ଖେଳେ ତେଣୁ ଅଧିକ ମାତ୍ରାରେ ହିଟିଂ କରିଥାଏ ବୋଲି କହିଛନ୍ତି ।

ଦକ୍ଷିଣ ଆଫ୍ରିିକୀୟ ଖେଳାଳି କ୍ରିସ ମୋରିସଙ୍କୁ ରାଜସ୍ଥାନ ରୟାଲ୍ସ ଆଇପିଏଲ ମିନ ଅକୋସନରେ 16.25 କୋଟି ଟଙ୍କାରେ କ୍ରୟ କରିଥିଲା । ତେଣୁ ସେ ଅଧିକ ହିଟିଂ କରିବା ପାଇଁ ରାଜସ୍ଥାନ ରୟାଲ୍ସ ମୋତେ କ୍ରୟ କରିଛି ବୋଲି କହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି 147/8 କରିଥିଲା । ଏହି ରନକୁ ଟାର୍ଗଟେ କରି ରାଜସ୍ଥାନ ରୟାଲ୍ସ ଶେଷରେ କ୍ରିସ ମୋରିସଙ୍କ ଧୂଆଁଧାର ଇନିଂସ ବଳରେ ବିଜୟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details