ହାଇଦ୍ରାବାଦ: ୨୦୨୩ ଆଇପିଏଲ ସଂସ୍କରଣ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଭାଗ ନେବାକୁ ଥିବା ୧୦ ଟି ଦଳ ନିଜ ନିଜର ରିଟେନସନ ତାଲିକା ଜାରି କରିଛନ୍ତି । ଫ୍ରାଞ୍ଚାଇଜ୍ ଟିମଗୁଡିକ ଏଥର ଆକ୍ସନ ମୁଡରେ ନଜର ଆସିଛନ୍ତି । ବଡ ବଡ ଖେଳାଳିଙ୍କୁ ମଧ୍ୟ ଦଳରୁ ବାଦ୍ ଦେବାରେ ସେମାନେ କୌଣସି ସୁଯୋଗ ଛାଡିନାହାଁନ୍ତି । ସନରାଇଜର୍ସ ହାଇଦ୍ରାବାଦ କେନ୍ ୱିଲିୟମସନଙ୍କୁ ଦଳରରୁ ଛାଡିବା ସହିତ ପଞ୍ଜାବ୍ କିଙ୍ଗ୍ସ ମଧ୍ୟ କ୍ୟାପଟେନ୍ ମୟଙ୍କ ଅଗ୍ରୱାଲଙ୍କୁ ଦଳରୁ ରିଲିଜ୍ କରିଛି ।
ତେବେ ଆଇପିଏଲ ଫ୍ରାଞ୍ଚାଇଜ୍ଗୁଡିକ ନିଜ ନିଜର ରିଟେନ ଓ ରିଲିଜ ତାଲିକା ଘୋଷଣା କରି ସାରିଛି । ଏହି ପ୍ରସ୍ତୁତିକରଣ ପରେ ଦଳଗୁ଼ଡିକ ଡିସେମ୍ବରରେ ହେବାକୁ ଥିବା ମିନି ଆଇପିଏଲ ଅକ୍ସନରେ ଯୋଗ ଦେବେ । ତେବେ ରିଟେନ ଓ ରିଲିଜ ପରେ ଦଳ ପାଖରେ ଥିବା ରାଶି ଅନୁଯାୟୀ ସେମାନେ ମିନି ଅକ୍ସନରେ କ୍ରିକେଟରମାନଙ୍କୁ କିଣି ବାରେ ସୁଯୋଗ ପାଇବେ । ତେବେ ନଜର ପକାନ୍ତୁ କେଉଁ ଫ୍ରାଞ୍ଚାଇବ ପର୍ସରେ ଏବେ କେତେ ଟଙ୍କା ରହିଛି ।
୧. ଗୁଜୁରାଟ ଟାଇଟନ୍ସ - ୧୯.୨୫ କୋଟି ଟଙ୍କା
୨. ରାଜସ୍ତାନ ରୟାଲ୍ସ - ୧୩. ୨ କୋଟି ଟଙ୍କା
୩.ଲକ୍ଷ୍ନୌ ସୁପର ଜିଆନ୍ଟସ - ୨୩.୩୫ କୋଟି ଟଙ୍କା
୪. ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ୮.୭୫ କୋଟି ଟଙ୍କା
୫. ଦିଲ୍ଲୀ କ୍ୟାପିଟାଲ୍ସ - ୧୯.୪୫ କୋଟି ଟଙ୍କା