ଭୁବନେଶ୍ବର:ଆଜିଠାରୁ ଆରମ୍ଭ ହୋଇଛି ହକି ବିଶ୍ବକପ ପାଇଁ ଅଫ୍ଲାଇନ୍ରେ ଟିକେଟ ବିକ୍ରି । ହେଲେ ପ୍ରଥମ ଦିନରେ ହକି ଫ୍ୟାନ ନିରାଶ ହୋଇଛନ୍ତି । ଆଜି(ସୋମବାର) ଦିନ 11ଟା ବେଳେ ଲୋକେ ଧାଡିରେ ଠିଆ ହୋଇ ଟିକେଟ ପାଇଁ ଅପେକ୍ଷା କରିଥିଲେ । ହେଲେ ଟିମ୍ ଇଣ୍ଡିଆ ମ୍ୟାଚର କୌଣସି ଟିକେଟ ନଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ଟିକେଟ ବିକ୍ରୟ ପାଇଁ ଷ୍ଟଲରେ ପର୍ଯ୍ୟାପ୍ତ ପରିମାଣର ଲୋକ ନଥିବାରୁ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ହକି ପ୍ରଶଂସକ । ରାଜ୍ୟର ବିଭିନ୍ନ ସ୍ଥାନରୁ ହକି ବିଶ୍ବକପ ଦେଖିବାକୁ ବହୁ ସଂଖ୍ୟାରେ ଲୋକେ ଟିକେଟ କାଟିବାକୁ ଟିକେଟ କାଉଣ୍ଟରରେ ପହଁଞ୍ଚିଥିଲେ । ହେଲେ କାଉଣ୍ଟରରେ କେବଳ ଜାନୁଆରୀ13 ଏବଂ 14 ତାରିଖ ଟିକେଟ ମିଳୁଥିବା ବେଳେ ଅନ୍ୟ କୌଣସି ଟିକେଟ ନଥିବା କୁହାଯାଇଥିଲା । ଏହା ଶୁଣିବା ପରେ ଅନେକ ହକି ପ୍ରଂଶସକ ନିରାଶ ହୋଇଛନ୍ତି ।
ଏବାବଦରେ ହକି ପ୍ରଶଂସକ କହିଛନ୍ତି, "ଓଡିଶାରେ ହକି ଆୟୋଜନ ହେଉଛି । କିନ୍ତୁ ରାଜ୍ୟବାସୀଙ୍କୁ ଟିକେଟ ମିଳୁନାହିଁ । ଓଡିଶାର ହକି ପ୍ରଶଂସକ ଟିକେଟ ନପାଇ ନିରାଶ ହେଉଛନ୍ତି । ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି ହେବା ଆରମ୍ଭ ହୋଇଛି । ହେଲେ କାଉଣ୍ଟରରେ କୁହାଯାଉଛି କେବଳ ଜାନୁଆରୀ ୧୩ ଓ ୧୪ ତାରିଖର ଟିକେଟ ରହିଛି । ଅନ୍ୟ କୌଣସି ତାରିଖର ଟିକଟ ନଥିବା କୁହାଯାଇଛି ।" କିଛି ହକି ପ୍ରଶଂସକ ଟିକେଟ ନ ପାଇ ଏହା ମ ବିଶ୍ବକପ ଟିକଟ ବିକ୍ରିରେ କଳାବଜାରୀ ହୋଇଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଅଧା ଟିକେଟ ଓ ପାସ୍ରେ ବାଣ୍ଟି ଦେଇଛନ୍ତି । ଯେମିତି କ୍ରିକେଟରେ ବାରବାଟୀ ଷ୍ଟାଡିୟମରେ ଭାରତ ମ୍ୟାଚରେ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେଲେ ଟିକେଟ୍ ମିଳେନି ହେଲେ ମ୍ୟାଚ ଦିନ ଅନ୍ୟ ଲୋକଙ୍କଠାରୁ ଟିକେଟ ବିକ୍ରି ହେଉଥାଏ । ଓଡିଶାରେ ହକି ବିଶ୍ବକପ ହେଉଛି । ହେଲେ ରାଜ୍ୟବାସୀଙ୍କ ପାଇଁ ଟିକେଟ ନାହିଁ ।