ଚେନ୍ନାଇ:ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ 6 ବର୍ଷ ପୂରଣ କଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହାକୁ ନେଇ ଟ୍ବିଟରରେ ଏକ ଭିଡିଓ ସେୟାର କରିବା ସହ ଦଳୀୟ ଖେଳାଳୀ ଓ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଦେଇଛନ୍ତି ହାର୍ଦ୍ଦିକ । ଭିଡିଓରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଥିବା କେତେକ ସ୍ମରଣୀୟ ମୂହୁର୍ତ୍ତକୁ କଏଦ କରିଛନ୍ତି ହାର୍ଦ୍ଦିକ ।
2015 ମସିହାରେ ମୁମ୍ବାଇ ପକ୍ଷରୁ ଆଇପିଏଲ ମ୍ୟାଚ ଖେଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାପୂର୍ବରୁ ଏସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିଲେ । ତେବେ ମୁମ୍ବାଇ ଦଳରେ ଯୋଗ ଦେବା ପରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । 2015 ଆପିଏଲ ସିଜିନରେ ଭଲ ପ୍ରଦର୍ଶନ କରିବା ପରେ ସେ ଭାରତୀୟ କ୍ରିକେଟ ଦଳରେ ସାମିଲ ହେବା ପାଇଁ ସୁଯୋଗ ମିଳିଥିଲା ।