ଓଡିଶା

odisha

ETV Bharat / sports

FIFA World cup 2022: ଫାଇନାଲରେ ରହିବ ଏହି ଖେଳାଳିଙ୍କ ଉପରେ ନଜର

ଚଳିତ ଫିଫା ବିଶ୍ବକପ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି(ରବିବାର) ଖେଳାଯିବା ଫିଫା ବିଶ୍ବକପର ଫାଇନାଲ ମ୍ୟାଚ । ଅଧିକ ପଢନ୍ତୁ

By

Published : Dec 18, 2022, 5:40 PM IST

FIFA World cup 2022 : ଫାଇନାଲରେ ରହିବ ଏହି ଖେଳାଳିଙ୍କ ଉପରେ ନଜର
FIFA World cup 2022 : ଫାଇନାଲରେ ରହିବ ଏହି ଖେଳାଳିଙ୍କ ଉପରେ ନଜର

ଦୋହା: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଫ୍ୟାନ୍ସଙ୍କ ସମର୍ଥନରେ କମ୍ପିବ କତାର ଲୁସେଲ ଷ୍ଟାଡିୟମ । ମଇଦାନରେ ଥିବେ ନାଲି ଓ ଆକାଶିଆ ରଙ୍ଗର ଜର୍ସି ପିନ୍ଧିଥିବା ଦୁଇଦଳ । ଫିଫା ବିଶ୍ବକପ ଟ୍ରଫି ପାଇଁ ଦୁଇଦଳ ମଧ୍ୟରେ ହେବ ମୁକାବିଲା । ଚଳିତ ଫିଫା ବିଶ୍ବକପ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି(ରବିବାର) ଖେଳାଯିବା ଫିଫା ବିଶ୍ବକପର ଫାଇନାଲ ମ୍ୟାଚ । ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ହେବ ମହାମୁକାବିଲା । ଆର୍ଜେଣ୍ଟିନାର ମେସିଙ୍କ ଉପରେ ସମସ୍ତଙ୍କ ନଜର ରହିଥବା ବେଳେ ଫ୍ରାନ୍ସର କିଲିୟମ ଏମ୍ବାପେଙ୍କୁ ଉପରେ ରହିବ ସମସ୍ତଙ୍କର ନଜର । ଏହି ଦୁଇ ଜଣ ଖେଳାଳିଙ୍କ ବ୍ୟତୀତ ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ରହିବ ନଜର ।

ଆର୍ଜେଣ୍ଟିନା ଖେଳାଳି

ଲିଓନେଲ ମେସି: 35 ବର୍ଷିୟ ମେସି ଆର୍ଜେଣ୍ଟିନା ଫୁଟବଲ ଟିମ୍‌ର ବ୍ୟାକବୋନ ଅଟନ୍ତି । ସେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୫ଟି ଗୋଲ୍‌ କରି ସାରିଛନ୍ତି । ଫୁଟବଲ ମ୍ୟାଚରେ ଗୋଲ୍‌ ଦେବା ପରେ ଷ୍ଟାଡିୟମରେ ମେସିଙ୍କ ସହିତ ପ୍ରଶଂସକ ମଧ୍ୟ ଚିୟର ଅପ୍ କରିଥାନ୍ତି ।

ଜୁଲିୟନ ଏଲ୍ବାରେଜ:ଏଲ୍ବାରେଜ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହିତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ସେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୪ଟି ଗୋଲ୍‌ ଦେଇଛନ୍ତି । ମାଞ୍ଚେଷ୍ଟର ସିଟି ପକ୍ଷରୁ ଖେଳୁଥିବା ଏହି ୨୨ ବର୍ଷିୟ ଖେଳାଳି ମଇଦାନରେ ଫୁଲ ଦମରେ ଖେଳ ଦଖାଇ ଥାଆନ୍ତି । ସେ କ୍ରୋଏସିଆ ବିପକ୍ଷରେ ସେମିଫାଇନାଲ ମ୍ୟାଚରେ ୩-୦ରେ ବିଜୟ ହାସଲ କରିବା ସହିତ ମଇଦାନରେ ମେସିଙ୍କ ସାଥ୍ ଦେଇଥିଲେ ।

ଏମିଲିୟୋନୋ ମାର୍ଟିନେଜ:ଆର୍ଜେଣ୍ଟିନାର ଏହି ଗୋଲକିପରଙ୍କ ଉଚ୍ଚତା ୬ ଫୁଟ ୪ ଇଞ୍ଚ ଲମ୍ବା । ଯଦି ଫାଇନାଲ ମ୍ୟାଚ ପେନାଲ୍ଟି ସୁଟଆଉଟ ପର୍ଯ୍ୟନ୍ତ ଜାରି ରହେ ତାହେଲେ ଏମିଲିୟୋନୋ ମାର୍ଟିନେଜଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ସେ ନେଦରଲାଣ୍ଡ ବିପକ୍ଷରେ କ୍ବାର୍ଟର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନାକୁ ବିଜୟର ସ୍ବାଦ ଚଖାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ନହୁଏଲ ମୋଲିନା: ଆର୍ଜେଣ୍ଟିନାର ମୋଲିନା ତାଙ୍କର ଆକ୍ରମକ ଶୈଳୀରେ ଖେଳ ପାଇଁ ସେ ଦଳରେ ବେଶ୍ ଜଣା ଶୁଣା । ୨୪ ବର୍ଷିୟ ଏହି ଡିଫେଣ୍ଡରଙ୍କ ଉପରେ ଦଳ ଆଜି ଭରସା କରିବ ।

ଏଞ୍ଜୋ ଫର୍ଣ୍ଣାଣ୍ଡିଜ: ଏଞ୍ଜୋ ଫର୍ଣ୍ଣାଣ୍ଡିଜଙ୍କର ଭୂମିକା ଆର୍ଜେଣ୍ଟିନା ଦଳରେ ଏତେଟା ଗୁରୁତ୍ବପୂର୍ଣ୍ଣ ରହିନଥିଲା । ହେଲେ ମେକ୍ସିକୋ ବିପକ୍ଷରେ ଗୋଲ୍‌ ଦେବା ପରେ ସେ ଟିମ୍‌ରେ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି ବନିଯାଇଛନ୍ତି ।

ଫ୍ରାନ୍ସ ଖେଳାଳି

କିଲିୟନ ଏମ୍ବାପେ:ଫିଫା ବିଶ୍ବକପରେ ଫ୍ରାନ୍ସ ଫୁଟବଲ ଜଣେ ଜବରଦସ୍ତ ଖେଳାଳି ଭାବରେ କିଲିୟମ ଏମ୍ବାପେଙ୍କର ବେଶ୍ ଦବଦବା ରହିଛି । ସେ ଫିଫା ବିଶ୍ବକପ ବର୍ଷ ୨୦୧୮ ଓ ଚଳିତ ବର୍ଷରେ ଦଳ ତରଫରୁ ଘଡିସନ୍ଧୀ ମୁହୂର୍ତ୍ତରେ ଗୋଲ ଦେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଖାଲି ସେତିକି ନୁହେଁ ଏହି ୨୩ ବର୍ଷିୟ ଖେଳାଳି ଚଳିତ ବର୍ଷ ଗୋଲଡେନ ବୁଟ ଦୌଡରେ ମଧ୍ୟ ରହିଛନ୍ତି । ସେ ଏପର୍ଯ୍ୟନ୍ତ ଚଳିତ ବିଶ୍ବକପରେ ୫ଟି ଗୋଲ ଦେଇଛନ୍ତି ।

ଏଣ୍ଟୋନିୟୋ ଗ୍ରୀଜମେନ୍: ଏହି ୩୧ ବର୍ଷିୟ ଖେଳାଳି ଫ୍ରାନ୍ସ ଫୁଟବଲ ଟିମରେ ଦୀର୍ଘ ଦିନରୁ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି । ଏଣ୍ଟୋନିୟୋ ଗ୍ରୀଜମେନଙ୍କ ଉପରେ ଫାଇନାଲ ମ୍ୟାଚରେ ଦଳ ନିଶ୍ଚୟ ଭରସା କରିବ । ଏହି ସହିତ ଫାଇନାଲ ଭଳି ଅତି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ମେସିଙ୍କ ସହିତ ତାଙ୍କର କଡା ମୁକାବିଲା ଦେଖିବାକୁ ମିଳିବ ।

ହ୍ୟୁଗୋ ଲୋରିସ: ହ୍ୟୁଗୋ ଲୋରିସ ଏକ ରେକର୍ଡ କରିବାକୁ ଯାଉଛନ୍ତି ଯିଏ ଫିଫା ବିଶ୍ବକପରେ ତାଙ୍କ ନେତୃତ୍ବରେ ଫ୍ରାନ୍ସ ଦୁଇ ଥର ବିଶ୍ବକପ ହାତେଇବ । ତେଣୁ ଦଳର ଏହି ୩୫ ବର୍ଷିୟ ଅଧିନାୟକଙ୍କ ଉପରେ ସମସ୍ତଙ୍କର ନଜର ରହିବ ।

ଓଲିୱର ଜିରୁଡ:ଚଳିତ ବିଶ୍ବକପରେ ଓଲିୱର ଜିରୁଡ ଏପର୍ଯ୍ୟନ୍ତ ୪ଟି ଗୋଲ୍‌ ଦେଇଛନ୍ତି । ତେବେ ଫାଇନାଲ ମ୍ୟାଚ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଫ୍ରାନ୍ସ ପ୍ରଶଂସକ ଓଲିୱର ଜିରୁଡଙ୍କ ଉପରେ ଭରସା କରିବେ ।

ABOUT THE AUTHOR

...view details