ଓଡିଶା

odisha

ETV Bharat / sports

IPLରେ ପଶିଲା କୋରୋନା, ଟ୍ବିଟ କରି ଦୁଃଖ ପ୍ରକାଶ କଲେ ଫ୍ୟାନ୍ସ - ଆଇପିଏଲ ସ୍ଥଗିତ ପରେ ଫ୍ୟାନଙ୍କ ଦୁଃଖ

ଆଇପିଏଲ 2021କୁ ସ୍ଥଗିତ ରଖାଯାଇଛି । ଏହାକୁ ନେଇ କ୍ରିକେଟ ଫ୍ୟାନ ନିରାଶା ଜାହିର କରିଛନ୍ତି । ବିସିସିଆଇ ପକ୍ଷରୁ ଆଇପିଏଲ ସ୍ଥଗିତ ହେବା ଖବର ମିଳିବା ପରେ ଟ୍ବିଟରରେ ଫ୍ୟାନ ଦୁଃଖ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ...

IPLକୁ ଗ୍ରାସ କଲା କୋରୋନା, ଟ୍ବିଟ କରି ଦୁଃଖ ପ୍ରକାଶ କଲେ ଫ୍ୟାନ
IPLକୁ ଗ୍ରାସ କଲା କୋରୋନା, ଟ୍ବିଟ କରି ଦୁଃଖ ପ୍ରକାଶ କଲେ ଫ୍ୟାନ

By

Published : May 4, 2021, 6:09 PM IST

ନୂଆଦିଲ୍ଲୀ:କୋରୋନା କାୟାରୁ ବର୍ତ୍ତି ପାରିଲା ନାହିଁ ଇଣ୍ଡିଆନ ପ୍ରିମିଅର ଲିଗ୍ ( IPL) । କୋରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଏକାଧିକ ଆଇପିଏଲ ଫ୍ରାଞ୍ଚାଇଜିର ଖେଳାଳି ସଂକ୍ରମିତ ହୋଇଛନ୍ତି । ଏହାପରେ ଆଇପିଏଲ 2021କୁ ସ୍ଥଗିତ କରି ଦିଆଯାଇଛି । ଏହାକୁ ନେଇ କ୍ରିକେଟ ଫ୍ୟାନ ନିରାଶା ଜାହିର କରିଛନ୍ତି । ବିସିସିଆଇ ପକ୍ଷରୁ ଆଇପିଏଲ ସ୍ଥଗିତ ହେବା ଖବର ମିଳିବା ପରେ ଟ୍ବିଟରରେ ଫ୍ୟାନମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦର ବହୁ ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ୍ ମାରାତ୍ମକ କୋରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଏଭଳି ସ୍ଥିତିରେ ଅଧାରୁ ଆଇପିଏଲ ସ୍ଥିଗତ ରଖିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ବିସିସିଆଇ । ଏହାକୁ ନେଇ ସୋସିଆଲ ମିଡିଆରେ ମେମ୍ ମଧ୍ୟ ସେୟାର ହେବାରେ ଲାଗିଛି ।

ଜଣେ ଫ୍ୟାନ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନେଇ ମେମ ସେୟାର କରି କହିଛନ୍ତି, ଯେତେବେଳେ ତୁମ ଦଳ ଭଲ ପ୍ରଦର୍ଶନ କରୁଥିବା ଓ ଏହାପରେ ଆଇପିଏଲ ସ୍ଥଗିତ ହୋଇଯିବ । ଏହାର କାରଣ ଚଳିତ ସିଜିନରେ RCB ଦଳ ଭଲ ପ୍ରଦର୍ଶନ କରିଛି ।

ଜଣେ ଫ୍ୟାନ ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।

ଆଇପିଏଲ ସ୍ଥଗିତ ହେବା ନେଇ ଜଣେ ଫ୍ୟାନ କେକେଆରର ବରୁଣ ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଛନ୍ତି ।

ଜଣେ ଆଇପିଏଲ ଫ୍ୟାନ ଲେଖିଛନ୍ତି ଯେ, ଯେତେବେଳେ ଆପଣଙ୍କ ଜୀବନରେ କିଛି ଭଲ ହେଉନଥିବ ଓ ଏହାପରେ ଆପଣ ଆଇପିଏଲ ସ୍ଥଗିତ ହେବା ଖବର ଶୁଣିବେ ।

କିଛି ଫ୍ୟାନ ଟ୍ବିଟ କରି ପ୍ରଶ୍ନ କରିଛନ୍ତି ଯେ ମହାମାରୀ ସମୟରେ ଆଇପିଏଲ ଖୋରାକ କେଉଁଠୁ ପାଇବେ ।

ଜଣେ ଫ୍ୟାନ ମିମ ସେୟାର କରି କହିଛନ୍ତି ଯେ, ହାଇଦ୍ରାବାଦ ଆଇପିଏଲ ସ୍ଥଗିତ ଖବର ଶୁଣି ସବୁଠାରୁ ଖୁସି ହେଉଥିବ ।

ଆଇପିଏଲ ଚେୟାରମ୍ୟାନ ବ୍ରିଜେସ ପଟେଲ କହିଛନ୍ତି ଯେ, ଆଇପିଏଲକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଛି। ଆଗାମୀ ଦିନରେ ଆମେ ଆଇପିଏଲର 14ତମ ସଂସ୍କରଣକୁ ଶେଷ କରିବାକୁ ଚେଷ୍ଟା କରିବୁ । କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଏହା ସମ୍ଭବ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details