ନୂଆଦିଲ୍ଲୀ:କୋରୋନା ସଂକ୍ରମଣ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହୋଇଛି ଆଇପିଏଲ 2021 । ଏକାଧିକ ଫ୍ରାଞ୍ଚାଇଜିର ଖେଳାଳି ବା ସପୋର୍ଟ ଷ୍ଟାଫ କୋରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଥିଲା ବିସିସିଆଇ । ସୁରକ୍ଷିତ ବାୟୋ ବବଲରେ ରହିବା ସତ୍ତ୍ବେ ଖେଳାଳି ଓ ଅନ୍ୟ କର୍ମଚାରୀ କୋରୋନା କିଭଳି ସଂକ୍ରମିତ ତାହାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ତେବେ ବାୟୋ ବବଲ ପର୍ଯ୍ୟନ୍ତ କୋରୋନା ଭାଇରସ ପହଞ୍ଚିଲା କିଭଳି ତାହା କହିବା କଷ୍ଟକର ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।
ଏକ ସାକ୍ଷାତକାରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, "ଆମକୁ ଯେଉଁ ରିପୋର୍ଟ ମିଳିଛି ତାହା ଅନୁଯାୟୀ ବାୟୋବବଲ ନିୟମ ଉଲ୍ଲଂଘନ ହୋଇନାହିଁ କହିବା ଠିକ ହେବନି । ବାୟୋ ବବଲ ପର୍ଯ୍ୟନ୍ତ କୋରୋନା ଭାଇରସ ପହଞ୍ଚିଲା କିଭଳି ତାହା ଏବେ କହିବା କଷ୍ଟକର । ବିସିସିଆଇ ପକ୍ଷରୁ ଦେଶର କେତେକ ସହରରେ ଆଇପିଏଲ 2021 ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ସେହି ସମୟରେ ଦେଶର ବହୁ କମ ସଂକ୍ରମିତ ଚିହ୍ନଟ ହେଉଥିଲେ ।"