ଓଡିଶା

odisha

ETV Bharat / sports

ଧୋନିଙ୍କ ଆଣ୍ଠୁରେ ଲାଗିଲା ଆଘାତ, ମାଗଲା ବି ଦୁଇ ସପ୍ତାହ ପାଇଁ ଖେଳିବେନି - ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆହତ

ରାଜସ୍ଥାନ ବିପକ୍ଷ ମ୍ୟାଚରେ ରନ ପାଇଁ ଦୌଡୁଥିବା ବେଳେ ଧୋନିଙ୍କ ଆଣ୍ଠୁରେ ବାଧା ସୃଷ୍ଟି ହୋଇଥିଲା। ତାଙ୍କ ଆଣ୍ଠୁରେ ଆଗାତ ଲାଗିଥିବା କହିଛନ୍ତି ହେଡ କୋଚ ସ୍ଟେଫେନ।

Etv Bharat
Etv Bharat

By

Published : Apr 13, 2023, 3:46 PM IST

ଚେନ୍ନାଇ:ଚେନ୍ନାଇ ସୁପର କିଙ୍ଗ୍‌ସ୍‌କୁ ଘାରିଛି ଆହତ ସମସ୍ୟା ଚିନ୍ତା । ମହେନ୍ଦ୍ର ସିଂ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ଯ କୋଚ୍‌ ଷ୍ଟିଫେନ ଫ୍ଲେମିଂ । ବୁଧବାର ଖେଳାଯାଇଥିବା ରାଜସ୍ଥାନ ବିପକ୍ଷ ମ୍ୟାଚରେ ବ୍ୟାଟିଂ ସମୟରେ ସିଙ୍ଗଲ ରନ୍‌ ନେଉଥିବା ବେଳେ ତାଙ୍କ ଆଣ୍ଠୁର ଆଘାତ ଲାଗିଛି । ଏହାପରେ ପରେ ସେ ସ୍ବାଭାବିକ ବ୍ୟାଟିଂ କରି ପାରିନଥିବା ବେଳେ ରନ୍‌ ନେବା ପାଇଁ ସଂଘର୍ଷ କରିଥିବା ନେଇ କହିଛନ୍ତି ଷ୍ଟିଫେନ ଫ୍ଲେମିଂ । ସେପଟେ ଇଣ୍ଡିଜ୍‌ କ୍ରିକେଟ ସିସାଣ୍ଡ ମାଗଲା ମଧ୍ୟ ଆହତ ହୋଇ ଦୁଇ ସପ୍ତାହ ପାଇଁ ବିଶ୍ରାମ ନେବେ ।

ଗତକାଲି (ବୁଧବାର) ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ରାଜସ୍ଥାନଠାରୁ ୪ ରନ୍‌ରେ ପରାଜିତ ହୋଇଛି ଚେନ୍ନାଇ । ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ପାଇଁ ଶେଷ ଓଭରରେ ୧୯ ରନ୍‌ର ଆବଶ୍ୟକତା ରହିଥିଲା । କିନ୍ତୁ ଏହାପୂର୍ବରୁ ଧୋନୀଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଯାହା ଫଲରେ ସଠିକ ଢଙ୍ଗରେ ରନ୍‌ ନେବାକୁ ସଂଘର୍ଷ କରୁଥିଲେ । ପୂର୍ବରୁ ଅଭ୍ୟାସ ମ୍ୟାଚରେ ମଧ୍ୟ ଆଘାତର ଶିକାର ହୋଇଥିଲେ । ଚେନ୍ନାଇରେ ପ୍ରି-ସିଜନ କ୍ୟାମ୍ପରେ ମଧ୍ୟ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ବୋଲି କହିଛନ୍ତି ଷ୍ଟିଫେନ ଫ୍ଲେମିଂ ।

ଏହା ମଧ୍ୟ ପଢନ୍ତୁ-IPL 2023 CSK vs RR: ଚେପକରେ ହାରିଲା ଚେନ୍ନାଇ, 4 ରନରେ ଜିତିଲା ରାଜସ୍ଥାନ

ଏହାକୁ ନେଇ କୋଚ୍‌ ଷ୍ଟଫେନ ଫ୍ଲେମିଂ କହିଛନ୍ତି, "ଧୋନିଙ୍କ ଆଣ୍ଠୁରେ ଆହତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଗତ ମ୍ୟାଚ୍‌ରେ ତାଙ୍କ ବ୍ୟାଟିଂକୁ ଅନୁଧ୍ୟାନ କଲେ ଆପଣ ଜାଣି ପାରିବେ । ଏହି ସମସ୍ୟା ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏତେ ସବୁ ପରେ ବୁଧବାର ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଛନ୍ତି । ଶାରୀରିକ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ସେ ବିପକ୍ଷ ଦଳର ପ୍ରତିଟି ବଲକୁ ଭଲ ଭାବେ ସାମ୍ନା କରି ସଟ୍‌ ଖେଳିଛନ୍ତି । ଗତକାଲିର ମ୍ୟାଚରେ ଧୋନି 17ଟି ବଲରୁ 32 ରନ ସଂଗ୍ରହ କରିଥିଲେ । ଯେଉଁଥିରେ 4ଟି ଚୌକା ଓ 3ଟି ଛକା ସାମିଲ ରହିଛି । କିନ୍ତୁ ଏହି ମ୍ୟାଚରେ ରାଜସ୍ଥାନଠାରୁ ପରାଜିତ ହୋଇଛି ଚେନ୍ନାଇ। ବର୍ତ୍ତମାନ ସୁଦ୍ଧା ଚଳିତ ଆଇପିଏଲରେ 4ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇଛି CSK । ସେଥି ମଧ୍ୟରୁ 3ଟି ମ୍ୟାଚରେ ଧୋନି ବ୍ୟାଟିଂ କରି ଏପର୍ଯ୍ୟନ୍ତ ମୋଟ 58 ରନ କରିଛନ୍ତି ।''

ବୁଧବାର ରାଜସ୍ଥାନ ବିପକ୍ଷ ମ୍ୟାଚରେ ଚେନ୍ନାଇ ପକ୍ଷରୁ କନଓ୍ବେ 38 ବଲରୁ 50 ରନ, ଜାଡେଜା 15 ବଲରୁ 25 ରନ ଓ ରାହାଣେ 19 ବଲରୁ 31 ରନ କରିବାକୁ ସକ୍ଷମ ହୋଇଥିଲେ । ଆକାଶ ସିଂହ, ତୁଷାର ଦେଶପାଣ୍ଡେ ଓ ରବିନ୍ଦ୍ର ଜାଡେଜା 2ଟି ଲେଖାଏଁ ୱିକେଟ ନେଇଥିଲେ ।

ABOUT THE AUTHOR

...view details