ଓଡିଶା

odisha

By

Published : Apr 16, 2021, 6:47 PM IST

ETV Bharat / sports

‘ଧୋନି ଟପ ଅର୍ଡରରେ ବ୍ୟାଟିଂ କରିବା ଆବଶ୍ୟକ’

"7 ନମ୍ବରରେ ବ୍ୟାଟିଂ କରିବା ପରିବର୍ତ୍ତେ ଧୋନି ଉପର ଅର୍ଡରରେ ବ୍ୟାଟିଂ କରିବା ଆବଶ୍ୟକ।" ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଅଧିକ ପଢ଼ନ୍ତୁ...

ଧୋନୀ ଟପ ଅର୍ଡରରେ ବ୍ୟାଟିଂ କରିବା ଆବଶ୍ୟକ
ଧୋନୀ ଟପ ଅର୍ଡରରେ ବ୍ୟାଟିଂ କରିବା ଆବଶ୍ୟକ

ନୂଆଦିଲ୍ଲୀ: "7 ନମ୍ବରରେ ବ୍ୟାଟିଂ କରିବା ପରିବର୍ତ୍ତେ ଧୋନି ଉପର ଅର୍ଡରରେ ବ୍ୟାଟିଂ କରିବା ଆବଶ୍ୟକ।" ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭେଲିୟନ ଫେରିଥିଲେ। ଗମ୍ଭୀରଙ୍କ ମୁତାବକ ଧୋନିଙ୍କ ଖେଳରେ ପରିବର୍ତ୍ତନ ଆସିଛି। ପୂର୍ବରୁ ଯେଉଁ ଧୋନି ଆସୁଆସୁ ଚୌକା ଛକା ବର୍ଷା ତାହା ଆଉ ଦେଖିବାକୁ ମିଳୁନାହିଁ।

ଧୋନିଙ୍କ ପ୍ରଦର୍ଶନକୁ ନେଇ ଗୌତମ ଗମ୍ଭୀର କହିଛନ୍ତି ଯେ, "ତାଙ୍କୁ ଟପ ଅର୍ଡରରେ ବ୍ୟାଟିଂ କରିବା ଆବଶ୍ୟକ। ତାଙ୍କ ଅଭିଜ୍ଞତା ଅନୁଯାୟୀ ସେ ସାମ୍ନାରୁ ଦଳର ନେତୃତ୍ବ ନେବା ଆବଶ୍ୟକ। ଜଣେ ଅଧିନାୟକଙ୍କ ଏହା ଦାୟିତ୍ବ । ଯଦି ଆପଣ 7 ନମ୍ବରରେ ବ୍ୟାଟିଂ କରିବେ ତାହେଲେ ଆପଣ ଦଳର ନେତୃତ୍ବ ନେଇ ପାରିବେ ନାହିଁ।"

ଖାଲି ସେତିକି ନୁହେଁ ଚେନ୍ନାଇର ବୋଲିଂ ଆକ୍ରମଣଙ୍କୁ ନେଇ ମଧ୍ୟ ଗମ୍ଭୀର ଟିପ୍ପଣୀ କରିଛନ୍ତି। ତାଙ୍କ ମୁତାବକ ଦଳରେ ଦମଦାର ବୋଲର ରହିଛନ୍ତି। ତେବେ ସେମାନଙ୍କୁ ବୋଲିଂ ଲାଇନ ଉପରେ ଧ୍ୟାନ ଦେବା ଆବଶ୍ୟକ। ଏହାଛଡ଼ା ବ୍ୟାଟିଂରେ ସେ ଧୋନିଙ୍କୁ 5 ନମ୍ବରରେ ଓହ୍ଲାଇବାକୁ କହିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ ତାର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରୁ ପରାଜିତ ହୋଇଥିଲା। 188 ରନ କରିବା ସତ୍ତ୍ବେ ଦଳ ପରାଜିତ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details