ସେଞ୍ଚୁରିଆନ: ଆଇପିଏଲ 2021ରେ ଭାଗନେବା ପାଇଁ ଭାରତ ପହଞ୍ଚିଲେ 5 ଦକ୍ଷିଣ ଆଫ୍ରିକା ଖେଳାଳି । ପାକିସ୍ତାନ ବିପକ୍ଷ ଅନ୍ତିମ ଦିନିକିଆରୁ ନ ଖେଳି ପାଞ୍ଚ ଦକ୍ଷିଣ ଆଫ୍ରିକା ଖେଳାଳି । ସମସ୍ତେ ଆସନ୍ତା ଅପ୍ରେଲ 9ର ଆରମ୍ଭ ହେବାକୁଥିବା ଆଇପିଏଲର ସାମିଲ ହେବେ ।
ପାକିସ୍ତାନ ବିପକ୍ଷ ଅନ୍ତିମ ଦିନିକିଆରେ ସାମିଲ ହେବାକୁ ନଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ମାନେ ହେଲେ ଦ୍ରୃତ ବୋଲର କାସିଗୋ ରବାଡା, ଅଣ୍ଡରିଚ ନୋଟରିଚ (ଦିଲ୍ଲୀ କ୍ୟାପିଟାଲସ) କୁଇଣ୍ଟନ ଡିକକ୍ (ମୁମ୍ବାଇ ଇଣ୍ଡିଆନ୍ସ) ଡେଭିଡ ମିଲର (ରାଜସ୍ଥାନ ରୟାଲ୍ସ ) ଲୁଙ୍ଗି ଏନଗ୍ଡିଡି (ଚେନ୍ନାଇ ସୁପରକିଙ୍ଗସ) ଯୋଗଦେବେ । ମଙ୍ଗଳବାର ଦିନ ଅନୋରିଚ ନର୍ଟଜେ ଏବଂ ରାବାଡା ଦିଲ୍ଲୀ କ୍ୟାପିଟାଲରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି । ଏହି ମ୍ୟାଚ୍ ପାକିସ୍ତାନକୁ ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଥର ପାଇଁ ଚାଲିଥିବା ଏକଦିବସୀୟ ସିରିଜ୍ ଜିତିବାକୁ ସୁଯୋଗ ଦେବ। ଏହି ମ୍ୟାଚରେ ଆହତ କାରଣରୁ ପାକିସ୍ତାନ ଲେଗ ସ୍ପିନର ଶାଦବ ଖାନଙ୍କୁ ଖେଳିପାରିବେ ନାହିଁ ।