ଓଡିଶା

odisha

ETV Bharat / sports

ଆଇପିଏଲ ଡବଲ ହେଡର: ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ-ପଞ୍ଜାବ ଲଢ଼େଇ

ଆଇପିଏଲ 2021ର ଡବଲ ହେଡର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । ଚଳିତ ଆଇପିଏଲ ସଂସ୍କରଣର ଏହି 29ତମ ମ୍ୟାଚରେ ବିଜୟଧାରାକୁ ଜାରି ରଖିବାକୁ ଚେଷ୍ଟା କରିବ ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢ଼ନ୍ତୁ...

By

Published : May 2, 2021, 5:51 PM IST

ଆଇପିଏଲ ଡବଲ ହେଡର: ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ-ପଞ୍ଜାବ ଲଢ଼େଇ
ଆଇପିଏଲ ଡବଲ ହେଡର: ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ-ପଞ୍ଜାବ ଲଢ଼େଇ

ଅହମ୍ମଦାବାଦ:ଆଇପିଏଲ 2021ର ଡବଲ ହେଡର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । ଚଳିତ ଆଇପିଏଲ ସଂସ୍କରଣର ଏହି 29ତମ ମ୍ୟାଚରେ ବିଜୟଧାରାକୁ ଜାରି ରଖିବାକୁ ଚେଷ୍ଟା କରିବ ଦିଲ୍ଲୀ କ୍ୟାପିଟାଲ୍ସ । ସେପଟେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଏହି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ କିଙ୍ଗ୍ସ ଦଳ। ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ 34 ରନରେ ବିଜୟ ହାସଲ କରିଥିଲା ଦଳ ।

ପଏଣ୍ଟ ତାଲିକାରେ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗ୍ସ । ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ବ୍ୟାଟିଂ । ନିକୋଲାସ ପୁରୋନ ଓ କ୍ରିଶ ଗେଲଙ୍କ ବ୍ୟାଟରୁ ରନ ହେଉନି । ଗୋଟିଏ ସିଜିନରେ 4ଟି ମ୍ୟାଚରେ 0ରେ ଆଉଟ ହୋଇତ ରେକର୍ଡ ସୃଷ୍ଟି କରିଛନ୍ତି ନିକୋଲାସ ପୂରୋନ । ଦଳ ପକ୍ଷରୁ ହରପ୍ରୀତ ବ୍ରାର ଦଳ ବୋଲିଂ ମଝବୁତ ହୋଇଛି । ଏହାଛଡ଼ା ରବି ବିଷ୍ଣୋଇ ମଧ୍ୟ ଦଳ ପାଇଁ ଭରଷା ଯୋଗ୍ୟ ପାଲଟିଛନ୍ତି ।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ବ୍ୟାଟିଂ ଲାଇନ ଶକ୍ତିଶାଳୀ ରହିଛି । ଗତ ମ୍ୟାଚରେ ପୃଥ୍ବୀ ଶ' ଦ୍ରୁତ 82 ରନ କରିଥିଲେ। ଏହାସହ ଓପନ ଶିଖର ଧବନ ମଧ୍ୟ ଭଲ ଫର୍ମ ରହି ପର୍ପଲ କ୍ୟାପ ରେସରେ ରହିଛନ୍ତି । ଏହି ତାଲିକାରେ ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଦଳ ସ୍ପିନ ବିଭାଗ ଦାୟିତ୍ବ ନେଇଛନ୍ତି ଅମିତ ମିଶ୍ରା । ସେହିଭଳି ଏରିକ ନୋର୍କିଆ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟ ପଥ ଦେଖାଇଛନ୍ତି । ଆଜିର ମ୍ୟାଚରେ କିଏ ବାଜିମାତ କରୁଛି ତାହାରି ଉପରେ ରହିବ ସଭିଙ୍କ ନଜର ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ଋଷଭ ପନ୍ତ (ଅଧିନାୟକ), ଶିଖର ଧୱନ, ପୃଥ୍ବୀ ଶ, ଆଜିଙ୍କ୍ୟ ରାହାଣେ, ଶିମରୋନ ହେଟମାୟେର, ମାର୍କସ୍ ଷ୍ଟୋଇନିସ୍, କ୍ରିସ୍ ୱୋକସ୍, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଏନରିଚ ନର୍କିଆ, ଇଶାନ୍ତ ଶର୍ମା, ଆବେଶ ଖାନ, ଉମେଶ ଯାଦବ, ରିପଲ୍ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ମେରିୱାଲା, ଏମ ସିଦ୍ଧାର୍ଥ, ଟମ କୁରାନ, ସାମ ବିଲିଂସ୍ ।

ପଞ୍ଜାବ କିଙ୍ଗ୍ସ ଦଳ

କେ.ଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ, ମନଦୀପ ସିଂ, ପ୍ରଭାସୀମରନ୍ ସିଂ, ନିକୋଲାସ୍ ପୁରାନ୍, ସରଫରାଜ ଖାନ୍, ଡିପେନ୍ଦ୍ର ହୁଡା, ମୁରୁଗାନ୍ ଅଶ୍ବିନ୍, ରବି ବିଷ୍ଣୁୋଇ, ହରପ୍ରୀତ ବରାଡ଼, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ ଜୋର୍ଡାନ, ଡେଭିଡ ମଲାନ, ଜାଏ ରିଚାର୍ଡସନ, ଶାହାରୁଖ ଖାନ, ରିଲେ ମେରେଡିଥ, ମୋଇସେସ ହେନ୍ରିକ୍ସ, ଜଲଜ ସକ୍ସେନା, ଉତ୍କଳ ସିଂ, ଫୈବିୟନ ଆଲେନ ଓ ସୌରଭ କୁମାର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details