ଓଡିଶା

odisha

ETV Bharat / sports

ଦିଲ୍ଲୀକୁ ଝଟକା: ଦିଲ୍ଲୀ କ୍ୟାପିଟାଲ୍ସର ଏନରିଚ ନୋର୍ଟଜେ କୋରୋନା ଆକ୍ରାନ୍ତ - କୋରୋନା ସଂକ୍ରମଣ

ଦ୍ବିତୀୟ ମ୍ୟାଚ ଖେଳିବା ପୂର୍ବରୁ ଦିଲ୍ଲୀକୁ ଝଟକା । କୋରୋନା ସଂକ୍ରମିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରମୁଖ ଫାଷ୍ଟ ବୋଲର ଏନରିଚ ନୋର୍ଟଜେ। ଅଧିକ ପଢ଼ନ୍ତୁ...

ଦିଲ୍ଲୀକୁ ଝଟକା: ଦିଲ୍ଲୀ କ୍ୟାପିଟାଲ୍ସର ଏନରିଚ ନୋର୍ଟଜେ କୋରୋନା ଆକ୍ରାନ୍ତ
ଦିଲ୍ଲୀକୁ ଝଟକା: ଦିଲ୍ଲୀ କ୍ୟାପିଟାଲ୍ସର ଏନରିଚ ନୋର୍ଟଜେ କୋରୋନା ଆକ୍ରାନ୍ତ

By

Published : Apr 14, 2021, 4:22 PM IST

ହାଇଦ୍ରାବାଦ: ଦ୍ବିତୀୟ ମ୍ୟାଚ ଖେଳିବା ପୂର୍ବରୁ ଦିଲ୍ଲୀକୁ ଝଟକା । କୋରୋନା ସଂକ୍ରମିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରମୁଖ ଫାଷ୍ଟ ବୋଲର ଏନରିଚ ନୋର୍ଟଜେ। ଏହାପୂର୍ବରୁ ଏପ୍ରିଲ 3 ତାରିଖରେ ଦିଲ୍ଲୀ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପହଞ୍ଚିବା ପରେ ଏନରିଚ ନୋର୍ଟଜେଙ୍କ କୋରୋନା ରିପୋର୍ଟ ନେଗେଟିଭି ଆସିଥିଲା।

ଦଳରେ ଯୋଗ ଦେବା ପୂର୍ବରୁ ଏନରିଚ ନୋର୍ଟଜେଙ୍କ ଦ୍ବିତୀୟ କୋରୋନା ରିପୋର୍ଟ ପଜିଟିଭ ଆସିଛି। ଫଳରେ ତାଙ୍କୁ ବିସିସିଆଇ କୋଭିଡ ଏସଓପି ମୁତାବକ 10 ଦିନ କ୍ବାରେଣ୍ଟିନରେ ରହିବାକୁ ହେବ। ଏହି ସମୟରେ ସେ ଦଳର ବାୟୋ ବବଲରୁ ଦୂରେଇ ରହିବେ।

ଗତବର୍ଷ ଆଇପିଏଲ ସିଜିନର ଫାଇନାଲରେ ପହଞ୍ଚି ପାରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଏଥିରେ ଏନରିଚ ନୋର୍ଟଜେ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲେ। ସେ 16ଟି ମ୍ୟାଚରେ 23.27 ହାରରେ 22ଟି ୱିକେଟ ନେଇଥିଲେ। ନିକଟରେ ସେ ପାକିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳି ଫେରିଥିଲେ। ଏହାପରେ ମୁମ୍ବାଇ ଆସି ସେ 7ଦିନରେ କ୍ବାରେଣ୍ଟିନରେ ରହିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ 7 ୱିକେଟରେ ମାତ ଦେଇଛି। ଦ୍ବିତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଦିଲ୍ଲୀ। ଏପ୍ରିଲ 15 ତାରିଖରେ ୱାଙ୍ଖଡ଼େ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details