ଓଡିଶା

odisha

କୋରୋନା ଯୋଦ୍ଧାଙ୍କୁ କେକେଆର ବିପକ୍ଷ ବିଜୟ ସମର୍ପିତ କଲେ ରିଷଭ ପନ୍ଥ

By

Published : Apr 30, 2021, 7:01 PM IST

କୋଲକାତା ବିପକ୍ଷରେ ବିଜୟକୁ ଦେଶର ଆଗଧାଡ଼ିର କୋରୋନା ଯୋଦ୍ଧାଙ୍କୁ ସମର୍ପିତ କଲେ ଋଷଭ ପନ୍ତ । ଗୁରୁବାର ଆଇପିଏଲର 25ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ 7 ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢ଼ନ୍ତୁ...

'କୋରୋନା ଯୋଦ୍ଧାଙ୍କୁ ସମର୍ପିତ କେକେଆର ବିପକ୍ଷରେ ବିଜୟ'
'କୋରୋନା ଯୋଦ୍ଧାଙ୍କୁ ସମର୍ପିତ କେକେଆର ବିପକ୍ଷରେ ବିଜୟ'

ଗାନ୍ଧୀନଗର:କୋଲକାତା ବିପକ୍ଷରେ ବିଜୟକୁ ଦେଶର ଆଗଧାଡ଼ିର କୋରୋନା ଯୋଦ୍ଧାଙ୍କୁ ସମର୍ପିତ କଲେ ଋଷଭ ପନ୍ତ । ଗୁରୁବାର ଆଇପିଏଲର 25ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ 7 ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବୃହତ ବିଜୟ ପରେ ଟ୍ବିଟ୍ କରି ବିଜୟକୁ କୋରୋନା ଯୋଦ୍ଧାଙ୍କୁ ସମର୍ପିତ କରିଛନ୍ତି ଋଷଭ ପନ୍ତ । ଦେଶରେ କୋରୋନା ସ୍ଥିତି ବର୍ତ୍ତମାନ ସଙ୍ଗୀନ ରହିଛି ।

ଋଷଭ ପନ୍ତ ଟ୍ବିଟ କରି ଲେଖିଛନ୍ତି ଯେ, "କୋଲକାତା ବିପକ୍ଷରେ ଦଳ ଦମଦାର ଖେଳ ପ୍ରଦର୍ଶନ କରିଛି । ଏହି ବିଜୟ ଆଗାମୀ ମ୍ୟାଚରେ ମନୋବଳ ସୁଦୃଢ଼ କରିବ। ଏହି ବିଜୟକୁ ଆମେ ଦେଶର ଆଗ ଧାଡ଼ିର କୋରୋନା ଯୋଦ୍ଧାଙ୍କ ପ୍ରତି ସମର୍ପିତ କରୁଛୁ, ଯେଉଁମାନେ ଦିନରାତି ଏକ କରି କୋରୋନା ସହ ଲଢ଼େଇ ଜାରି ରଖିଛନ୍ତି।"

କୋଲାକାତା ନାଇଟ ରାଇଡର୍ସ ବିପକ୍ଷରେ ପୃଥ୍ବୀ ଶ' ଦମଦାର ପ୍ରଦର୍ଶନ କରିଥିଲେ। ସେ ମାତ୍ର 41ଟି ବଲରେ 82 ରନ କରିଥିଲେ। 155 ରନ ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ ଓପନର ପୃଥ୍ବୀ ଶ' ପ୍ରଥମ ଓଭରରେ ହିଁ 6ଟି ଚୌକା ମାରି ନିଜ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ଏହି ବିଜୟ ଲକ୍ଷ୍ୟ ଦଳ ମାତ୍ର 16 ଓଭର 3ଟି ବଲରେ ହାସଲ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିଖର ଧବନ 47 ବଲରେ 46 ରନ କରିଥିଲେ।

ଏହି ମ୍ୟାଚରେ ବିଜୟୀ ହେବାପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପଏଣ୍ଟ ତାଲିକାରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଚେନ୍ନାଇ ସୁପର କିଙ୍ଗ୍ସ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details