ହାଇଦ୍ରାବାଦ: ଆଇପିଏଲ ୨୦୨୨ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଏକ ବଡ଼ ଝଟକା ଲାଗିଛି । ଆହତଜନିତ ସମସ୍ୟା ଯୋଗୁଁ ଚଳିତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି ଷ୍ଟାର ବୋଲର ଦୀପକ ଚହର । ସେପଟେ କୋଲକାତା ନାଇଟ ରାଇଡର୍ସର ଯୁବ ଫାଷ୍ଟ ବୋଲର ରାସିକ ସଲାମ ମଧ୍ୟ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି ।
ଦୀପକ ଚହରଙ୍କୁ ଚେନ୍ନାଇ ଟିମ୍ ମେଗା ନିଲାମୀ ପୂର୍ବରୁ ୧୪ କୋଟି ଟଙ୍କାରେ ରିଟେନ କରିଥିଲା । କିନ୍ତୁ ଦୀପକ ଚଳିତ ସିଜିନର ଗୋଟିଏ ମଧ୍ୟ ମ୍ୟାଚ ଖେଳି ପାରିଲେ ନାହିଁ । ସେପଟେ କୋଲକାତା ଦଳରେ ରାସିକ ସଲାମଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ହର୍ଷିତ ରାଣାଙ୍କୁ ସାମିଲ କରାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଦୀପକ ଚହର ଚେନ୍ନାଇ ସୁପର କିଙ୍ଗ୍ସ୍ର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ ।