ଓଡିଶା

odisha

ETV Bharat / sports

ଡିଭିଲିୟର୍ସଙ୍କ ଅଲୋଡା IPL ରେକର୍ଡ, ୧୦ଥର ଶୂନରେ ଆଉଟ୍‌ - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବିରାଟ କୋହଲିଙ୍କ ନେତୃତାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳିଆସୁଛନ୍ତି 'ମିଷ୍ଟର ୩୬୦' । ଅଧିକ ପଢନ୍ତୁ...

De Villiers gets out for zero for the 10th time in IPL
ଡିଭିଲିୟର୍ସଙ୍କ ଅଲୋଡା IPL ରେକର୍ଡ, ୧୦ଥର ଶୂନରେ ଆଉଟ୍‌

By

Published : Sep 21, 2021, 10:08 PM IST

ଦୁବାଇ:ବିଶ୍ବ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂର କଥା ଆସିଲେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସଙ୍କ ନାମ ନିଶ୍ଚୟ ଆସେ । ତେବେ ବିଶ୍ବର ଶ୍ରେଷ୍ଠ ଟି-୨୦ ଲିଗ୍‌ IPL ରେ ଡିଭିଲିୟର୍ସ ନାମରେ ରହିଛି ଏମିତି ଏକ ଅଲୋଡା ରେକର୍ଡ ଯାହା ତାଙ୍କର ଫ୍ୟାନ୍ସଙ୍କୁ ନିରାଶ କରିଛି ।

ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବିରାଟ କୋହଲିଙ୍କ ନେତୃତାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳିଆସୁଛନ୍ତି ମିଷ୍ଟର ୩୬୦ । ସୋମବାର ରାତିରେ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷ ମ୍ୟାଚରେ ଶୂନରେ ଆଉଟ ହୋଇଥିଲେ ଡିଭିଲିୟର୍ସ । ଏହା IPL ୨୦୨୧ର UAE ଲିଗରେ ବାଙ୍ଗାଲାରର ପ୍ରଥମ ମ୍ୟାଚ୍‌ ଥିଲା ।

KKR ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଏକ ୟର୍କର ବଲ୍‌ରେ ବୋଲ୍ଡ ହୋଇଥିଲେ ଡିଭିଲିୟର୍ସ । ଆଇପିଏଲରେ ଦଶମ ଥର ପାଇଁ ଡିଭିଲିୟର୍ସ ଶୂନରେ ଆଉଟ ହୋଇଥିଲେ । ଡିଭିଲିୟର୍ସ ଏଯାବତ ୧୭୨ଟି ମ୍ୟାଚ୍‌ ଖେଳିଥିବାବେଳେ ୧୬୩ଟି ଇଂନିସରୁ ୫,୦୫୬ ଆଇପିଏଲ ରନ୍‌ ସଂଗ୍ରହ କରିଛନ୍ତି । ଆଇପିଏଲରେ ୧୦ମ ଥର ପାଇଁ ବିନା କୌଣସି ରନ୍‌ରେ ଆଉଟ୍‌ ହୋଇଥିବାବେଳେ ବର୍ତ୍ତମାନର ଆଇପିଏଲ ଖେଳାଳିଙ୍କ ସହିତ ଏହି ସଂଖ୍ୟା ୫ ରହିଛି ।

ବର୍ତ୍ତମାନ ଖେଳାଳିଙ୍କ ମଧ୍ୟରେ, ଚେନ୍ନାଇ ସୁପର କିଙ୍ଗ୍ସର ଅମ୍ବାତି ରାୟୁଡୁ, ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ତାଲିକାର ଶୀର୍ଷରେ ରହିଛନ୍ତି । ଆଇପିଏଲରେ ୧୩ଥର '0'ରେ ଆଉ ହୋଇସାରିଲେଣି ଏହି ରାୟୁଡୁ ଓ ରୋହିତ । ପୂର୍ବତନ ଭାରତୀୟ ଅଫ-ସ୍ପିନର ହରଭଜନ ସିଂହ, ପାର୍ଥୀବ ପଟେଲ, ଅଜିଙ୍କ୍ୟ ରାହାଣେ ମଧ୍ୟ ୧୩ ଥର ଲେଖାଏଁ '0'ରେ ଆଉଟ ହୋଇଛନ୍ତି ।

ଅଷ୍ଟ୍ରେଲିଆର ଗ୍ଳେନ ମାକ୍ସୱେଲ ଓ ପୂର୍ବତନ KKR କ୍ୟାପଟେନ ଦିନେଶ କାର୍ତ୍ତିକ IPLରେ ୧୧ଥର ଶୂନରେ ଆଉଟ୍‌ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details