ନୂଆଦିଲ୍ଲୀ:"ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଚୂଡ଼ାନ୍ତ ଏକାଦଶରେ ସାମିଲ ନହେବା ପରେ ନିରାଶ ଓ ଆଶ୍ଚର୍ଯ୍ୟ ହୋଇଥିଲେ ୱାର୍ଣ୍ଣର ।" ଏଭଳି ମନ୍ତବ୍ୟ ଦେଇଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଦଳର ନିର୍ଦ୍ଦେଶକ ଟମ ମୁଡି । ସନରାଇଜର୍ସ ହାଇଦ୍ରାବାଦ ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବରେ 6ଟି ମ୍ୟାଚ ଖେଳି 5ଟି ପରାଜିତ ହୋଇଥିଲା। ଏହାପରେ ତାଙ୍କୁ ଅଧିନାୟକ ପଦରୁ ହଟାଇଥିଲା ଦଳ । ତାଙ୍କ ବଦଳରେ କେନ ୱିଲିୟମସନଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି । ତେବେ ରାଜସ୍ଥାନ ବିପକ୍ଷରେ ମଧ୍ୟ ଦଳକୁ 55 ରନରେ ପରାସ୍ତ ହେବାକୁ ପଡ଼ିଛି ।
ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜିତ ହେବାପରେ ସନରାଇଜର୍ସ ହାଇଦ୍ରାବାଦର ନିର୍ଦ୍ଦେଶକ ଟମ୍ କହିଛନ୍ତି ଯେ, "ୱାର୍ଣ୍ଣରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ ନକରିବା ନିଷ୍ପତ୍ତି ଦଳର ଥିଲା । କାରଣ ଆମେ ଚାହୁଁଥିଲୁ ଦୁଇଜଣ ବିଦେଶୀ ବ୍ୟାଟସମ୍ୟାନ ଦଳରେ ସାମିଲ ରୁହନ୍ତୁ । ଏହାସହ ରାଶିଦ ଖାନଙ୍କୁ ମଧ୍ୟ ଭଲ ବୋଲିଂ କରିଥିଲେ, ତେଣୁ ତାଙ୍କୁ ଦଳରୁ ବାହାର କରିବା ପ୍ରଶ୍ନ ଉଠୁନଥିଲା । ୱାର୍ଣ୍ଣରଙ୍କ ଫର୍ମ ଭଲ ନଥିବାରୁ ବାଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରି ପାରିନଥିଲୁ। କିନ୍ତୁ ଏହାପରେ ୱାର୍ଣ୍ଣର ନିରାଶ ହୋଇଥିଲେ।"