ଓଡିଶା

odisha

By

Published : May 4, 2021, 6:53 PM IST

ETV Bharat / sports

କ୍ରିକେଟରଙ୍କ ସୁରକ୍ଷାକୁ ନେଇ CA ଓ CSAର ବିସିସିଆଇ ସହ ଆଲୋଚନା

ଆଇପିଏଲ 2021 ସ୍ଥଗିତ ହେବାପରେ ବିସିସିଆଇ ସହ ଯୋଗାଯୋଗ କଲେ କ୍ରିକେଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ । ଅଧିକ ପଢ଼ନ୍ତୁ...

କ୍ରିକେଟରଙ୍କ ସୁରକ୍ଷାକୁ ନେଇ CA ଓ CSAର ବସିସିଆଇ ସହ ଆଲୋଚନା
କ୍ରିକେଟରଙ୍କ ସୁରକ୍ଷାକୁ ନେଇ CA ଓ CSAର ବସିସିଆଇ ସହ ଆଲୋଚନା

ନୂଆଦିଲ୍ଲୀ: ଆଇପିଏଲ 2021 ସ୍ଥଗିତ ହେବାପରେ ବିସିସିଆଇ ସହ ଯୋଗାଯୋଗ କଲେ କ୍ରିକେଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ । କେବଳ ବିସିସିଆଇ ନୁହେଁ ବରଂ ଦୁଇ ଦେଶର ଖେଳାଳିଙ୍କ ବିଭିନ୍ନ ଆଇପିଏଲ ଫ୍ରାଞ୍ଚାଇଜି ସହ ମଧ୍ୟ ଆଲୋଚନା କରିଛନ୍ତି ଦୁଇ କ୍ରିକେଟ ବୋର୍ଡ । ଆଇପିଏଲ ସ୍ଥଗିତ ହୋଇଥିଲେ ସୁଦ୍ଧା ଏହି ବିଦେଶୀ ଖେଳାଳିଙ୍କ ସୁରକ୍ଷିତ ଭାବରେ ରହିବା ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଛି ।

ଖେଳାଳିଙ୍କୁ ନେଇ ଚିନ୍ତିତ କ୍ରିକେଟ ଅଷ୍ଟ୍ରେଲିଆ

ଏହାକୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ଜଣେ ଅଧିକାରୀ କହିଛନ୍ତି ଯେ, ଆଇପିଏଲ 2021 ସ୍ଥଗିତ କରିବା ନିଷ୍ପତ୍ତି ପଛର କାରଣକୁ ଆମେ ବୁଝୁଛୁ । ଆଇପିଏଲରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ବିସିସିଆଇ । ତେବେ ଏହି ସମୟରେ ଆଇପିଏଲରେ ଭାଗ ନେଇଥିବା ଅଷ୍ଟ୍ରେଲିଆ ଖେଳାଳି, କୋଚ୍ ଓ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷିତ ଭାବରେ ରହିବା ବ୍ୟବସ୍ଥା ନେଇ ବିସିସିଆଇ ସହ ଆଲୋଚନା କରିଛି।

ଗତ ସପ୍ତାହରେ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ସ୍କଟ ମାରିସନ ଭାରତକୁ ବିମାନ ଚଳାଚଳ ଉପରେ ରୋକ ଲଗାଇ ଥିଲେ । ମେ 15 ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି । ଆଇପିଏଲ ଖେଳୁଥିବା ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ଏଥିପାଇଁ କୌଣସି ବିଶେଷ ସୁବିଧା ଦିଆଯିବା ନାହିଁ ବୋଲି ସେ ସ୍ପଷ୍ଟକ୍ତି ଦେଇଥିଲେ ।

ଫ୍ରାଞ୍ଚାଇଜି ସହ କ୍ରିକେଟ ବୋର୍ଡର ଆଲୋଚନା

ସେପଟେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ମଧ୍ୟ ବିଭିନ୍ନ ଆଇପିଏଲ ଫ୍ରାଞ୍ଚାଇଜି ସହ ଆଲୋଚନା ଆରମ୍ଭ କରିଛି । ବିଭିନ୍ନ ଦଳରେ ସାମିଲ ଥିବା ଦକ୍ଷିଣ ଆଫ୍ରିକା ଖେଳାଳି ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ଫ୍ରାଞ୍ଚାଇଜି ମାନଙ୍କ ସହ ଆଲୋଚନା ହୋଇଛି । ତା ସାଙ୍ଗକୁ ଏହି କ୍ରିକେଟର କିଭଳି ସୁରକ୍ଷିତ ଭାବରେ ଦକ୍ଷିଣ ଆଫ୍ରକା ଫେରି ପାରିବେ ସେଦିଗରେ ଧ୍ୟାନ ଦେବାକୁ କୁହାଯାଇଛି । କ୍ରକେଟରମାନେ ଦକ୍ଷିଣ ଆଫ୍ରିକା ଫେରିବା ପରେ ସେମାନଙ୍କୁ କ୍ବାରେଣ୍ଟିନ ରଖିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details