ଓଡିଶା

odisha

ETV Bharat / sports

କୋଭିଡ ଟୀକାକରଣ କ୍ୟାମ୍ପ ଖୋଲିବ ବେଙ୍ଗଲ କ୍ରିକେଟ ଆସୋସିଏସନ - ଆପିଏଲ ଲିଗ ପୂର୍ବରୁ ଟିକାକରଣ କ୍ୟାମ୍ପ

କୋଭିଡ ଟିକାକରଣ କ୍ୟାମ୍ପ ଖୋଲିବ ବେଙ୍ଗଲ କ୍ରିକେଟ ଆସୋସିଏସନ । ଆସନ୍ତା ଶୁକ୍ରବାରଠାରୁ କୋଲକାତାର ଇଡେନଗାଡେନ ପଡ଼ିଆରେ ଏହି ଭ୍ୟାକ୍ସିନେସନ କ୍ୟାମ୍ପ ଆରମ୍ଭ ହେବ । ଅଧିକ ପଢ଼ନ୍ତୁ...

କୋଭିଡ ଟିକାକରଣ କ୍ୟାମ୍ପ ଖୋଲିବ ବେଙ୍ଗଲ କ୍ରିକେଟ ଆସୋସିଏସନ
କୋଭିଡ ଟିକାକରଣ କ୍ୟାମ୍ପ ଖୋଲିବ ବେଙ୍ଗଲ କ୍ରିକେଟ ଆସୋସିଏସନ

By

Published : Apr 29, 2021, 5:23 PM IST

କୋଲକାତା: କୋରୋନା ମହାମାରୀ ସହ ସଂଗ୍ରାମ କରିବାକୁ ଆଗେଇ ଆସିଛି କ୍ରିକେଟ ଜଗତ । ଗ୍ରାଉଣ୍ଡ ଷ୍ଟାଫ ଓ କର୍ମଚାରୀଙ୍କ ପାଇଁ କୋଭିଡ ଟିକାକରଣ କ୍ୟାମ୍ପ ଖୋଲିବ ବେଙ୍ଗଲ କ୍ରିକେଟ ଆସୋସିଏସନ । ଆସନ୍ତା ଶୁକ୍ରବାରଠାରୁ କୋଲକାତାର ଇଡେନଗାଡେନ ପଡ଼ିଆରେ ଏହି ଭ୍ୟାକ୍ସିନେସନ କ୍ୟାମ୍ପ ଆରମ୍ଭ ହେବ । ଅମ୍ରି ହସ୍ପିଟାଲ ଲିମିଟେଡ ସହ ମିଳିତ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହେବ । ଏହି କ୍ୟାମ୍ପ ଆରମ୍ଭ କରିବା ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଅନୁମତି ଆଣଛି କ୍ରିକେଟ ଆସୋସିଏସନ ।

ଏଥିପାଇଁ ପଶ୍ଚିମବଙ୍ଗ ରାଜ୍ୟ ସରକାର ଇଡେନଗାଡେନରେ ଟିକ ନେବାକୁ ଆସିଥିବା କର୍ମଚାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବେ । ସେପଟେ ବେଙ୍ଗଲ କ୍ରିକେଟ ଆସୋସିଏସନ ପକ୍ଷରୁ ଏକ କୋଭିଡ ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯାଇଛି । ସମସ୍ତ ସପୋର୍ଟ ଷ୍ଟାଫ ଓ ଅନ୍ୟ କର୍ମଚାରୀ କିଭଳ ଟିକା ନେବେ ତାହାର ତଦାରଖ କରିବ ଏହି ଟାସ୍କ ଫୋର୍ସ ଟିମ । ମେ 9 ତାରିଖରୁ ଆଇପିଏଲ 2021ର ଲିଗ ମ୍ୟାଚ ଆରମ୍ଭ ହେବ । ଏହାପୂର୍ବରୁ ଏହି ଭ୍ୟାକ୍ସିନେସନ କ୍ୟାମ୍ପ ଶେଷ ହେବ ।

ଏହି କ୍ୟାମ୍ପ ଦିନ 11.30ଟାରେ ଆରମ୍ଭ ହୋଇଛି ଅପରାହ୍ଣ 4.30 ଯାଏଁ ଚାଲିବ । ଏହି ଅଭିଯାନକୁ "ଷ୍ଟେ ସେଫ୍ ଭ୍ୟାକ୍ସିନେସନ ଡ୍ରାଇଭ" ନାମ ଦିଆଯାଇଛି । ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛି ବେଙ୍ଗଲ କ୍ରିକେଟ ଆସୋସିଏସନ ।

ଏହାକୁ ନେଇ ଅମ୍ରି ହସ୍ପିଟାଲ ଅଧିକାରୀ କହିଛନ୍ତି ୟେ, "କୋରୋନା ଟୀକା ନେବା ପରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଜରୁରୀ । ବେଙ୍ଗଲ କ୍ରିକେଟ ଆସୋସିଏସନ ଆରମ୍ଭ କରିଥିବା ଅଭିଯାନ ସହ ଯୋଡ଼ି ହୋଇ ଖୁସି ଲାଗୁଛି । ସଭିଙ୍କୁ କୋଭିଡ ଟିକା ନେବାକୁ ଅନୁରୋଧ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details