ଓଡିଶା

odisha

ETV Bharat / sports

IPL 2022: CSKକୁ ଚହର ଝଟକା, ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ଷ୍ଟାର ବୋଲର ବାହାର - IPL news

ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟ୍‌କା । ଆହତ କାରଣରୁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିପାରନ୍ତି ବୋଲର ଦୀପକ ଚହର । ଅଧିକ ପଢନ୍ତୁ

Back injury rules CSK's Deepak Chahar out of IPL-15
IPL 2022: ଚେନ୍ନାଇକୁ ଚହର ଝଟ୍‌କା, ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ଷ୍ଟାର ବୋଲର ବାହାର

By

Published : Apr 12, 2022, 6:07 PM IST

ମୁମ୍ବାଇ:ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟ୍‌କା । ଆଇପିଏଲ ୧୫ ସଂସ୍କରଣର ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିପାରନ୍ତି ଦ୍ରୁତ ବୋଲର ଦୀପକ ଚହର । ପୂର୍ବରୁ ଆହତ କାରଣରୁ ଚହର ଟିମରେ ସାମିଲ ହୋଇପାରିନଥିବାରୁ ମ୍ୟାଚ୍‌ ଖେଳିବା ସମ୍ଭବ ହୋଇପାରିନାହିଁ । ଫଳରେ ଏହାର ପ୍ରଭାବ CSKର ପ୍ରଦର୍ଶନ ଉପରେ ପଡିଛି । ଷ୍ଟାର ବୋଲରଙ୍କ ଉପସ୍ଥିତିରେ ସୁପରକିଙ୍ଗ୍ସ ଖେଳିଥିବା ପ୍ରଥମ ୪ଟି ମ୍ୟାଚ୍‌ରେ ପରାଜୟର ମୁହଁ ଦେଖିଛି ।

ସୁପରକିଙ୍ଗ୍ସ ପକ୍ଷରୁ ଏହା ଦାବି କରାଯାଉଥିଲା ଯେ, ନିଲାମୀରେ ୧୪ କୋଟି ଟଙ୍କାରେ କିଣାହୋଇଥିବା ଚହର ଏପ୍ରିଲ ଦ୍ବିତୀୟ ସପ୍ତାହ ବେଳକୁ ଫିଟ୍‌ ହୋଇଯାଇଥିବେ । ମାତ୍ର ଆଘାତ ଗମ୍ଭୀର ଥିବାରୁ ଟୁର୍ଣ୍ଣାମେଣ୍ଟ ପାଇଁ ଉପଲବ୍ଧ ହେବାର ସମ୍ଭାବନା ନାହିଁ । ଏକାଧିକ କ୍ରିକେଟ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚେନ୍ନାଇ ସୁପରକିଙ୍ଗ୍ସର ଏହି ବୋଲର ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(NCA)ରେ ରିହାବିଲିଟେସନ ସମୟରେ ଆଘାତ ଲାଗିଛି । ଚହର ପ୍ରାୟ ଏକ ମାସରୁ ଅଧକ ସମୟ ହେଲା NCAରେ ରହିଛନ୍ତି । ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ଚହରଙ୍କ ଗୋଡରେ ଆଘାତ ଲାଗିଥିଲା ପରେ ସେ ସୁସ୍ଥ ହେବାପାଇଁ NCA ଯାଇଥିଲେ ।

ସିଏସକେ ବୋଲର ଦୀପକ ଚହର

ଆରମ୍ଭରୁ ଏହା କୁହାଯାଉଥିଲା ଯେ, ଚହର ଆଇପିଏଲର ଅଧିକାଂଶ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ, ମାତ୍ର ସେ ଶୀଘ୍ର ସୁସ୍ଥ ହେବାକାରଣରୁ ଏପ୍ରିଲ ମାସର ଶେଷ ସପ୍ତାହ ସୁଦ୍ଧା ଟିମକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୁପରକିଙ୍ଗ୍ସକୁ ବିଶ୍ବାସ ଥିଲା । ଫେବୃଆରୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ବୋଲିଂ ଅଲରାଉଣ୍ଡରଙ୍କ ଗୋଡରେ ଆଘାତ ଲାଗିଥିଲା । ଫଲରେ ନିଜର ସ୍ପେଲ ପୁରା କରିବା ପୂର୍ବରୁ ତାଙ୍କୁ ପଡିଆ ଛାଡିବାକୁ ପଡିଥିଲା । ଏହାପରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ମଧ୍ୟ ଚହର ଖେଳିପାରିନଥିଲେ । ଚହର ଗତବର୍ଷ ଚେନ୍ନାଇ ସୁପରକିଙ୍ଗ୍ସକୁ ଟାଇଟେଲ ବିଜେତା କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ ।

ସେହିପରି ସନରାଇଜର୍ସ ହାଇଦ୍ରାବାଦର ସ୍ପିନର ୱାସିଂଟନ ସୁନ୍ଦର ମଧ୍ୟ ଅତିକମରେ ଆଗାମୀ ଦୁଇଟି ଆଇପିଏଲମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇପାରନ୍ତି ବୋଲି SRH କୋଚ୍‌ ଟମ ମୁଡି କହିଛନ୍ତି । ସୋମବାର ଡିୱାଇ ପାଟିଲ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସୁନ୍ଦର ଆହତ ହୋଇଥିଲେ ଓ ନିଜର କୋଟାର ୪ ଓଭର ସଂପୂର୍ଣ୍ଣ କରାପାରିନଥିଲେ । ପାୱର ପ୍ଲେ ଦୁଇ ଓଭର ସମେତ ମୋଟ ୩ ଓଭର ବୋଲିଂ କରି ୧୪ ରନ୍‌ ବ୍ୟୟ କରିଥିଲେ ମାତ୍ର ୱିକେଟ ଶୂନ୍ୟ ରହିଥିଲେ । କ୍ୟାପଟେନ କେନ୍‌ ୱିଲିୟମସନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟନ୍ସକୁ ହାଇଦ୍ରାବାଦ ୮ ୱିକେଟରେ ହରାଇଥିଲା ।

PTI

ABOUT THE AUTHOR

...view details