ଓଡିଶା

odisha

FIFA World Cup: ବିଶ୍ୱ ଚମ୍ପିଆନ ପରେ ଭାରତକୁ ଧନ୍ୟବାଦ ଦେଲା ଆର୍ଜେଣ୍ଟିନା

By

Published : Dec 19, 2022, 8:10 PM IST

ତୃତୀୟ ଥର ପାଇଁ ଫିଫା ମୁକୁଟ ପିନ୍ଧିଛି ମେସିଙ୍କ ଦଳ । ବିଶ୍ବ ବିଜୟୀ ପରେ ଆର୍ଜେଣ୍ଟିନା ଭାରତକୁ ଧନ୍ୟବାଦ ଜ୍ଞାପନ କରିଛି । ଅଧିକ ପଢନ୍ତୁ

ବିଶ୍ବ ଚମ୍ପିଆନ ଆର୍ଜେଣ୍ଟିନା
ବିଶ୍ବ ଚମ୍ପିଆନ ଆର୍ଜେଣ୍ଟିନା

ହାଇଦ୍ରାବାଦ: ୩୬ ବର୍ଷପରେ ବିଶ୍ବ ଚମ୍ପିଆନ ହୋଇଛି ଆର୍ଜେଣ୍ଟିନା । ତୃତୀୟ ଥର ପାଇଁ ଫିଫା ମୁକୁଟ ପିନ୍ଧିଛି ମେସିଙ୍କ ଦଳ । ବିଶ୍ବ ବିଜୟୀ ପରେ ଆର୍ଜେଣ୍ଟିନା ଭାରତକୁ ଧନ୍ୟବାଦ ଜ୍ଞାପନ କରିଛି । ଟିମ୍ ଆର୍ଜେଣ୍ଟିନାକୁ ସହଯୋଗ ପାଇଁ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛି ଫିଫା ବିଶ୍ବକପ ୨୦୨୨ ବିଜେତା ଟିମ୍ ।

ଲିଜେଣ୍ଡ ଫୁଟବଲର ଲିଓନେଲ ମେସିଙ୍କ ଫ୍ୟାନ୍ସ ବିଶ୍ବର କୋଣ ଅନୁକୋଣରେ ରହିଛନ୍ତି । ଫିଫା ବିଶ୍ବକପ ୨୦୨୨ରେ ଭାରତ ଅଂଶ ଗ୍ରହଣ କରିନଥିଲେ ସୁଦ୍ଧା ଫୁଟବଲ ପ୍ରଶଂସକ ମେସିଙ୍କୁ ସମର୍ଥନ କରିଥିଲେ । ଚଳିତ ବର୍ଷ ଫିଫା ବିଶ୍ବକପ ମେସିଙ୍କର ଶେଷ ବିଶ୍ବକପ ରହିଥିଲେ । ମେସିଙ୍କ ପ୍ରଂଶସକମାନେ ଆଶା ରଖିଥିଲେ ଯେ ତାଙ୍କ ଦଳ ଆର୍ଜେଣ୍ଟିନା ହିଁ ଟାଇଟଲ ହାସଲ କରୁ । ଖାଲି ସେତିକି ନୁହଁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ମେସିଙ୍କର ଜଣେ ପ୍ରଶଂସକ ମାଗଣାରେ ଚା ବିକ୍ରି କରୁଥିଲେ । ଲୋକପ୍ରିୟ ଫୁଟବଲର ମେସିଙ୍କ ନାମରେ ଗୋଟିଏ ଦିନ ଚା ବିକ୍ରି କରିଥିଲେ ତାଙ୍କର ଜଣେ ପ୍ରଶଂସକ । ସେହିପରି ଆଉ ଜଣେ ପ୍ରଶଂସକ ମଧ୍ୟ ମେସିଙ୍କ ଆକୃତିର ମିଠା ପ୍ରସ୍ତୁତ କରି ଦୋକାନରେ ସଜାଇ ଥିଲେ । କିଛି ଭାରତୀୟ ଫୁଟବଲ ପ୍ରଶଂସକ ଟିଭି ଆଗରେ ବସି ମେସି ମେସି ଚିତ୍କାର କରି ଆର୍ଜେଣ୍ଟିନାକୁ ସମର୍ଥନ କରିଥିଲେ ।

ଶେଷରେ ମେସିଙ୍କ ଫୁଟବଲ ପ୍ରେମୀଙ୍କର ସ୍ବପ୍ନ ସାକାର ହୋଇଥିଲା । ପେନାଲ୍ଟି ସୁଟ ଆଉଟରେ ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା । ମ୍ୟାଚରେ ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ଫ୍ୟାନ୍ସଙ୍କ ସମର୍ଥନରେ ଲୁସେଲ ଷ୍ଟାଡିୟମ କମ୍ପିବାରେ ଲାଗିଥିଲା । ମେସିଙ୍କ ଫ୍ୟାନ୍ସଙ୍କ ମୁହଁରେ ବିଜୟର ଖୁସି ଅବର୍ଣ୍ଣନୀୟ ରହିଥିଲା । ଚମ୍ପିଅନ ଚମ୍ପିଆନ ଆର୍ଜେଣ୍ଟିନା ଚମ୍ପିଆନରେ କମ୍ପିଥିଲା ଗ୍ରାଉଣ୍ଡ ।

ରୋମାଞ୍ଚକର ମୁକାବିଲାରେ ନିର୍ଦ୍ଧାରିତ ସମୟରେ 2-2 ଓ ଅତିରିକ୍ତ ସମୟରେ 3-3 ଗୋଲରେ ଖେଳ ବରାବର ରହିଥିଲା । ଫଳାଫଳ ନିର୍ଦ୍ଧାରଣ ପାଇଁ ହୋଇଥିବା ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନା 4ଟି ଗୋଲ କରିଥିବା ବେଳେ ଫ୍ରାନ୍ସ 2ଟି ଗୋଲ କରିଥିଲା । ଫଳରେ ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ଫିଫା ମୁକୁଟ ପିନ୍ଧିଛି । ଆର୍ଜେଣ୍ଟିନା ପୂର୍ବରୁ 1978 ଓ 1986ରେ ଚମ୍ପିଅନ ହୋଇଥିଲା । ବିଶ୍ବକପରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି ମେସି । ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ଗୋଲ ମଧ୍ୟ ତାଙ୍କ ନାମରେ ରହିଛି । 26ଟି ବିଶ୍ବକପ ମ୍ୟାଚ ଖେଳିଥିବା ବେଳେ ଦଳ ପକ୍ଷରୁ 13ଟି ଗୋଲ କରିଛନ୍ତି । 2022ରେ ତାଙ୍କ ଗୋଲ ସଂଖ୍ୟା 7 ରହିଛି । ଚଳିତ ବିଶ୍ବକପରେ ମେସିଙ୍କୁ ଗୋଲ୍ଡେନ ବଲ ମିଳିଛି । ଏହା ସହିତ ସେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଶ୍ବବିଜେତା ଆର୍ଜେଣ୍ଟିନାକୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ ।

ABOUT THE AUTHOR

...view details