ଓଡିଶା

odisha

ETV Bharat / sports

IPL 2022: ଆସନ୍ତାବର୍ଷ ଫେବ୍ରୁଆରୀରେ ମେଗା ନିଲାମ - ଇଣ୍ଡିଆନ ପ୍ରିମିୟର ଲିଗ୍‌ ଖେଳାଳି ନିଲାମ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୨ ପୂର୍ବରୁ ଆସନ୍ତାବର୍ଷ ଫେବ୍ରୁଆରୀ ମାସର ଦ୍ବିତୀୟ ସପ୍ତାହରେ ଦୁଇଦିନିଆ ମେଗା ନିଲାମ(IPL mega auction) କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରୁଛି । ଅଧିକ ପଢନ୍ତୁ

IPL mega auction likely to be held in 2nd week of February, next year
IPL 2022: ଆସନ୍ତାବର୍ଷ ଫେବ୍ରୁଆରୀରେ ମେଗା ନିଲାମ

By

Published : Dec 23, 2021, 3:52 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୨ ପୂର୍ବରୁ ଆସନ୍ତାବର୍ଷ ଫେବ୍ରୁଆରୀ ମାସର ଦ୍ବିତୀୟ ସପ୍ତାହରେ ଦୁଇଦିନିଆ ମେଗା ନିଲାମ(auction) କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରୁଛି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋଚୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଦିଲ୍ଲୀ ସହରକୁ ନିଲାମ ଭେନ୍ୟୁ ପାଇଁ ଚୟନ କରାଯାଇଛି । ମାତ୍ର ଚୂଡାନ୍ତ ଭେନ୍ୟୁ ଓ ତାରିଖ ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରିବ ବୋର୍ଡ । ଏକ ପ୍ରମୁଖ କ୍ରୀଡା ୱେବସାଇଟ୍‌ର ରିପୋର୍ଟ ଅନୁଯାୟୀ, ଆଇପିଏଲ ୨୦୨୨ର ମେଗା ନିଲାମ କାର୍ଯ୍ୟକ୍ରମ ବେଙ୍ଗାଲୁରୁରେ ଫେବ୍ରୁଆରୀ ୧୨ ଓ ୧୩ରେ ଅନୁଷ୍ଠିତ ହେବ । ତେବେ BCCIର ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି ।

ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ହାତେଇଥିବା CVC ସ୍ପୋର୍ଟ୍ସକୁ ବୋର୍ଡ ପକ୍ଷରୁ କିଛି ଔପଚାରିକ ଅନୁମତିରେ ବିଳମ୍ବ ହୋଇଥିଲା । ସେଥିପାଇଁ ନିଲାମ ପ୍ରକ୍ରିୟାରେ ବିଳମ୍ବ ନେଇ ଚର୍ଚ୍ଚା ହେଉଥିଲା । ତେବେ CVC ସ୍ପୋର୍ଟ୍ସକୁ ଗ୍ରୀନ ସିଗନାଲ ମିଳିସାରିଛି, ଏଥିସହ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଚୟନ ପାଇଁ ପାଇଁ ସମୟ ପ୍ରଦାନ କରାଯାଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ:BCCIର ସଦସ୍ୟ ନିଯୁକ୍ତ ହେଲେ ହରି ନାରାୟଣ ପୂଜାରୀ

ଉଭୟ ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ଓ ଅହମ୍ମଦାବାଦଙ୍କ ପାଖରେ ୩ଜଣ ଖେଳାଳିଙ୍କୁ ଚୟନ କରିବାକୁ ସୁଯୋଗ ରହିଛି । ମାତ୍ର ସଂପୂର୍ଣ୍ଣ ୯୦ କୋଟି ଟଙ୍କା ସହ ଉଭୟ ଫ୍ରାଞ୍ଚାଇଜ ନିଲାମକୁ ଯିବାକୁ ମଧ୍ୟ ବିକଳ୍ପ ରହିଛି । ଲକ୍ଷ୍ନୌ ଟିମ କିଣିଥିବା ସଞ୍ଜୀବ ଗୋୟେଙ୍କାଙ୍କ ମାଲିକାନାର RPSG ଗ୍ରୁପ୍‌ ବୁଧବାର ପୂର୍ବତନ ଭାରତୀୟ ୱିକେଟ କିପର-ବ୍ୟାଟ୍‌ର ବିଜୟ ଦହିୟାଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଛି । ପୂର୍ବରୁ ଆଣ୍ଡି ଫ୍ଲାୱାରଙ୍କୁ ମୁଖ୍ୟ କୋଚ୍‌ ଓ ଗୌତମ ଗମ୍ଭୀରଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରିସାରିଛି ଏହି ଫ୍ରାଞ୍ଚାଇଜ ।

ଅନ୍ୟପଟେ ଅହମ୍ମଦବାଦ ଫ୍ରାଞ୍ଚାଇଜ BCCI ନିକଟରୁ ଅଧିକାରିକ ମଞ୍ଜୁରୀ ଅପେକ୍ଷାରେ ରହିଛି । ରବି ଶାସ୍ତ୍ରୀ, ଭାରତ ଅରୁଣ ଓ ଆର୍‌ ଶ୍ରୀଧରଙ୍କୁ ସପୋର୍ଟ ଷ୍ଟାଫ୍‌ରେ ସାମିଲ କରିବାକୁ ଫ୍ରାଞ୍ଚାଇଜ ପ୍ରୟାସ ଚଳାଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details