ଓଡିଶା

odisha

ETV Bharat / sports

IPL ନିଲାମୀ ପାଇଁ 333 ଖେଳାଳିଙ୍କ ତାଲିକା ଜାରି କଲା BCCI

Indian Premier League 2024: ଡିସେମ୍ବର 19 ଆଇପିଏଲ ନିଲାମୀ । 333 ଖେଳାଳିଙ୍କ ତାଲିକା ଜାରି କଲା ବିସିସିଆଇ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 12, 2023, 11:28 AM IST

ଆଇପିଏଲ
IPL 2024 auction

ନୂଆଦିଲ୍ଲୀ: ଆଇପିଏଲ 17 ତମ ସଂସ୍କରଣ ନିଲାମୀ ପାଇଁ ଖେଳାଳିଙ୍କ ତାଲିକା ଘୋଷଣା କରିଛି ବିସିସିଆଇ । ତାଲିକାରେ ନିଲାମୀ ପାଇଁ ମୋଟ 333 ଖେଳାଳିଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରୁ 214 ଜଣ ଭାରତୀୟ ଏବଂ 119 ଜଣ ବିଦେଶୀ ଖେଳାଳି ରହିଛନ୍ତି । ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରରୁ 2 ଜଣ ଖେଳାଳିଙ୍କ ନାମ ତାଲିକାରେ ରହିଛି । ଆସନ୍ତା ଡିସେମ୍ବର 19 ତାରିଖରେ ଦୁବାଇରେ କୋକାକୋଲା ଏରେନାରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ପୁରା ଟିମ୍ ଗଠନ ପାଇଁ 10ଟି ଫ୍ରାଞ୍ଜାଇଜ ନିକଟରେ 77ଟି ସ୍ଲଟ ରହିଥିବା ବେଳେ 30ଟି ସ୍ଲଟ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । ନିଲାମୀ ତାଲିକାରେ ଥିବା ଖେଳାଳିଙ୍କ ମଧ୍ୟରୁ 23 ଜଣଙ୍କ ନାମ ସର୍ବାଧିକ ବେସ ପ୍ରାଇସ 2 କୋଟି ଟଙ୍କା ତାଲିକାରେ ପଞ୍ଜିକରଣ ହୋଇଛି । ବେସ ପ୍ରାଇସ ଦେଢ କୋଟି ଟଙ୍କା ତାଲିକାରେ 13 ଜଣ ଖେଳାଳି ରହିଛନ୍ତି । ସେହିପରି ଏର କୋଟି ବେସ ପ୍ରାଇସ ତାଲିକାରେ 14 ଜଣ ଖେଳାଳିଙ୍କ ନାମ ରହିଛି । କୋଲକାତା ନାଇଟ ରାଇଡର୍ସରୁ ମୁକ୍ତ ହୋଇଥିବା ଶାର୍ଦ୍ଦୁଲ ଠାକୁର ଏବଂ ହର୍ସଲ ପଟ୍ଟେଲଙ୍କ ବେସ ପ୍ରାଇସ 2 କୋଟି ଟଙ୍କା ରହିଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆର 7 ଜଣ ଖେଳାଳିଙ୍କ ବେସ ପ୍ରାଇସ 2 କୋଟି ରହିଛି । ଦିନିକିଆ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ରଚିନ ଓ ଓମାରଜାଇଙ୍କ ବେସ ପ୍ରାଇସ 50 ଲକ୍ଷ ଟଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ-IPLରେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେ ପନ୍ତ !

ନିଲାମୀରେ ଖର୍ଚ୍ଚ କରିବା ପାଇଁ 10 ଫ୍ରାଞ୍ଜାଇଜ ପାଖରେ 162.95 କୋଟି ଟଙ୍କା ରହିଛି । ଚେନ୍ନାଇ ପାଖରେ 31.4 କୋଟି, ଦିଲ୍ଲୀ ପାଖରେ 28.95 କୋଟି, ଗୁଜୁରାଟ ଟାଇଟନ୍ସ ପାଖରେ 31.15 କୋଟି, କୋଲକାତା ପାଖରେ 32.7 କୋଟି, ଲକ୍ଷ୍ନୌ ପାଖରେ 13.15 କୋଟି, ମୁମ୍ବାଇ ପାଖରେ 17.75 କୋଟି ରହିଛି । ସେହିପରି ପଞ୍ଜାବ ପାଖରେ 29.1 କୋଟି, ବାଙ୍ଗାଲୋର ପାଖରେ 23.25 କୋଟି, ରାଜସ୍ଥାନ ପାଖରେ 14.5 କୋଟି, ହାଇଦ୍ରାବାଦ ଟିମ ପାଖରେ 34 କୋଟି ରହିଛି । ଦଳରେ ଖାଲି ପଡିଥିବା ସ୍ଥାନ ପୂରଣ କରିବା ପାଇଁ ଏହି ଟଙ୍କା ଖର୍ଚ୍ଚ କରିବେ ଫ୍ରାଞ୍ଜାଇଜ । ଗତ ବର୍ଷ ବିଦେଶରେ ଆଇପିଏଲ୍‌ ନିଲାମ ପ୍ରକ୍ରିୟା କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା । ଇସ୍ତାନବୁଲରେ ନିଲାମୀ ପ୍ରକ୍ରିୟା ପାଇଁ ଘୋଷଣା କରିଥିଲା ବିସିସିଆଇ । ହେଲେ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ବଦଳାଇ କେରଳର କୋଚିରେ ହୋଇଥିଲା ମିନି ଅକ୍ସନ । ହେଲେ ଏଥର ଏହା ଦୁବାଇରେ ହେବ ।

ABOUT THE AUTHOR

...view details