ଓଡିଶା

odisha

ETV Bharat / sports

IPL 2023 mini auction: ସାମ୍‌ କରନ ସବୁଠାରୁ ମହଙ୍ଗା ଖେଳାଳି, ଚେନ୍ନାଇରେ ସାମିଲ ହେଲେ ଷ୍ଟୋକ୍‌ସ୍‌ - ଚେନ୍ନାଇରେ ସାମିଲ ହେଲେ ଷ୍ଟୋକ୍‌ସ୍‌

ଇଂଲଣ୍ଡର ହାରୀ ବ୍ରୁକ୍‌ଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ଆଗାମୀ ସିଜିନ୍‌ରେ ଆଇପିଏଲ୍‌ରେ ଡେବ୍ୟୁ କରିବେ ହାରୀ ବ୍ରୁକ୍‌ । ଚଳିତ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ସାମ କୁରାନ । ଅଧିକ ପଢ଼ନ୍ତୁ

ipl mini auction players list 2023
ipl mini auction players list 2023

By

Published : Dec 23, 2022, 4:33 PM IST

Updated : Dec 23, 2022, 5:10 PM IST

କୋଚି: IPL 2023 ପାଇଁ ଜାରି ରହିଛି ମିନି ନିଲାମୀ ପ୍ରକ୍ରିୟା । କେରଳର କୋଚିରେ ନିଲାମୀ ଜାରି ରହିଛି । ଇଂଲଣ୍ଡର ହାରୀ ବ୍ରୁକ୍‌ଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ଆଗାମୀ ସିଜିନ୍‌ରେ ଆଇପିଏଲ୍‌ରେ ଡେବ୍ୟୁ କରିବେ ହାରୀ ବ୍ରୁକ୍‌ । ସେହିଭଳି ଇଂଲିଶ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ୍‌ଙ୍କୁ ୧୬.୨୫ କୋଟି ଟଙ୍କା ଦେଇ ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ଆଜିଙ୍କ୍ୟ ରାହାଣେଙ୍କୁ ୫୦ ଲକ୍ଷ ଟଙ୍କା ମୂଲ୍ୟରେ ଦଳରେ ସାମିଲ କରିଛି ଚେନ୍ନାଇ । ଚଳିତ IPLର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ସାମ କରନ । ସେ ୧୮.୫୦ କୋଟି ଟଙ୍କାରେ ନିଲାମ୍‌ ହୋଇ ପଞ୍ଜାବ ଦଳରେ ସାମିଲ ହୋଇଛନ୍ତି ।

ହାରୀ ବ୍ରୁକ୍‌ଙ୍କୁ ଦଳରେ ସାମିଲ କରାଇବା ପାଇଁ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ବିଡ୍‌ ଲାଗିଥିଲା । ତେବେ ଶେଷରେ ହାଇଦ୍ରାବାଦ ବିଡ୍‌ରେ ବାଜି ମାରିଥିଲା । ଏହାପରେ ପଞ୍ଜାବ କିଙ୍ଗ୍‌ସର ପୂର୍ବତନ କ୍ୟାପଟେନ୍‌ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ହାଇଦ୍ରାବାଦରେ ସାମିଲ କରିଥିବା ବେଳେ ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଜେସନ ହୋଲ୍ଡରଙ୍କୁ ରାଜସ୍ଥାନ ରୟାଲ୍ସ ଟିମ୍‌ରେ ଦେଖିବାକୁ ମିଳିବ । ଉଭୟଙ୍କୁ ଯଥାକ୍ରମେ ୮.୨୫ କୋଟି ଓ ୫.୭୫ କୋଟି ଟଙ୍କାରେ କିଣିଛି ସନ୍‌ରାଇଜର୍ସ ହାଇଦ୍ରାବାଦ ।

ଦକ୍ଷିଣ ଆଫ୍ରିକାର ରିଲି ରୁସୋ, ବାଂଲାଦେଶର ରିଲି ରୁସୋ ଓ ଜୋ ରୁଟ୍‌ଙ୍କୁ କେହି ଦଳରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି । ସେପଟେ ଓଡିନ୍‌ ସ୍ମିଥ୍‌ଙ୍କୁ ଗୁଜରାଟ ଟାଇଟାନ୍‌ସ୍‌ ୫୦ ଲକ୍ଷ ଟଙ୍କାରେ କିଣିଛି । ଜିମ୍ବାୱେ ଅଲ୍‌ରାଉଣ୍ଡର ଏଥର ଆଇପିଏଲ୍‌ରେ ଡେବ୍ୟୁ କରିବେ । ତାଙ୍କୁ ପଞ୍ଜାବ୍‌ କିଙ୍ଗ୍‌ସ୍‌ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛନ୍ତି ।

IPL 2023 ମିନି ନିଲାମୀ ପ୍ରକ୍ରିୟା ପାଇଁ ୪୦୫ ଜଣ ଖେଳାଳି ପଞ୍ଜିକୃତ ଅଛନ୍ତି । ଓଡ଼ିଶାର ରାଜେଶ ମହାନ୍ତି ଓ ମୁସ୍ତାକ ବେଗ୍‌ ମଧ୍ୟ ସାମିଲ ରହିଛନ୍ତି । ସେମାନଙ୍କ ପାଇଁ ମାତ୍ର ୮୭ଟି ସ୍ଲ୍‌ଟ୍‌ ଖାଲିଥିବା ରହିଛି, ଯେଉଁଥିରେ ୩୦ଟି ବିଦେଶୀ ଖେଳାଳିଙ୍କ ସ୍ଥାନ ରହିଛି । ଅଷ୍ଟ୍ରେଲିୟ ବ୍ୟାଟର କ୍ୟାମେରନ୍‌ ଗ୍ରୀନ୍‌ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୭.୫୦ କୋଟି ଟଙ୍କାରେ କିଣିଛି । ସେ ମୁମ୍ବାଇର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।

ନିକୋଲାସ ପୁରାନଙ୍କୁ ୧୬ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜିଆଣ୍ଟ କିଣିଥିବା ବେଳେ ହେନରିକ୍‌ କ୍ଲାସିନ୍‌ଙ୍କୁ ହାଇଦ୍ରାବାଦ ୫.୨୫ କୋଟି ଟଙ୍କାରେ କିଣିଛି । ଚଳିତ ମିନି ନିଲାମୀରେ ସବୁଠାରୁ ଅଧିକ ଖେଳାଳି ୧୫ କୋଟିରୁ ଅଧିକ ଟଙ୍କାରେ ନିଲାମ ହୋଇଛନ୍ତି । ସେହିଭଳି ଆଦିଲ ରାଶିଦଙ୍କୁ ହାଇଦ୍ରାବାଦ ୨ କୋଟି ଟଙ୍କାରେ କିଣିଛି । ଆଦାମ ଜାମ୍ପାଙ୍କୁ କୌଣସି ପ୍ରାଞ୍ଚାଇଜି ନିଜ ଦଳରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି ।

Last Updated : Dec 23, 2022, 5:10 PM IST

ABOUT THE AUTHOR

...view details