ଓଡିଶା

odisha

ETV Bharat / sports

IPL 2022: ଆଜି KKR-DC, RR-LSG ମୁକାବିଲା

ଆଜି (ରବିବାର) ସୁପର ସନଡେରେ ଆଇପିଏଲର ଦୁଇଟି ମ୍ୟାଚ ଖେଳାଯିବ । 19 ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ ଓ ଦିଲ୍ଲୀ ମଧ୍ୟରେ ଓ 20ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

IPL 2022
IPL 2022

By

Published : Apr 10, 2022, 8:46 AM IST

ମୁମ୍ବାଇ:ଆଜି (ରବିବାର) ସୁପର ସନଡେରେ ଆଇପିଏଲର ଦୁଇଟି ମ୍ୟାଚ ଖେଳାଯିବ । 19 ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ ଓ ଦିଲ୍ଲୀ ମଧ୍ୟରେ ଓ 20ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ଦମଦାର ପ୍ରଦର୍ଶନ କରି ନାଇଟରାଇଡର୍ସ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଦିଲ୍ଲୀ ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚକୁ ଜିତି କୋଲକାତା ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ତାର ତୃତୀୟ ପରଜାୟକୁ ଏଡାଇବାକୁ ଚେଷ୍ଟା କରିବ ।

4ଟି ମ୍ୟଚ ଖେଳି ନାଇଟ ରାଇଡର୍ସ 3ଟିରେ ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ଚମତ୍କାର ବିଜୟ ସହ ସିଜନ ଆରମ୍ଭ କରିଥିଲେ ମଧ୍ୟ ଶେଷ 2ଟି ମ୍ୟାଚରେ ପରାସ୍ତ ହୋଇଛି । ଆଉ ଏବେ ଫର୍ମକୁ ଫେରିବାକୁ ସଂଘର୍ଷ କରୁଛି । ଆଜିର ମ୍ୟାଚକୁ ଜିତିବାକୁ ସବୁ ଶକ୍ତି ଖଟାଇବ ଦିଲ୍ଲୀ । କ୍ୟାପିଟାଲ୍ସ ଦଳ ସନ୍ତୁଳିତ ଥିଲେ ମଧ୍ୟ ସମନ୍ବୟ ଅଭାବରୁ ପରାଜିତ ହେଉଛି ଦଳ । ଆଜି ସମସ୍ତ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବ ଦଳ ।

ସେହିପରି ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟାର ଓ ପେସ ବୋଲର ପ୍ୟାଟ କମିନ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଆୟାର ପୂର୍ବରୁ ଦିଲ୍ଲୀ ପକ୍ଷରୁ ଖେଳୁଥିଲେ ଏବଂ ନେତୃତ୍ବ ମଧ୍ୟ ନେଉଥିଲେ । ଏଥର ଦିଲ୍ଲୀ ବିପକ୍ଷରେ ଖେଳିବେ । କମିନ୍ସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅବିଶ୍ବସନୀୟ ବ୍ୟାଟିଂ ଆରମ୍ଭ କରିଥିଲେ । ମାତ୍ର 14ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆଜିର ମ୍ୟାଚରେ କମିନ୍ସଙ୍କ ବ୍ୟାଟିଂ ଉପରେ ନଜର ରହିବ । ଅପରାହ୍ନ 3ଟା 30ରେ ଆରମ୍ଭ ହେବ ମ୍ୟାଚ ।

ସେପଟେ ଆଇପିଏଲ 20ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଏ ଯାଏଁ ଲକ୍ଷ୍ନୌ 4ଟି ମ୍ୟାଚ ଖେଳି 3ଟିରେ ବିଜୟ ହୋଇଛି । ରାଜସ୍ଥାନ 3ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛି । ଆଜିର ମ୍ୟାଚକୁ ଜିତିବାକୁ ଉଭୟ ଦଳ ପ୍ରୟାସ କରିବେ । ଶେଷ ମ୍ୟାଚରେ ଦିଲ୍ଲୀକୁ ଭେଟିଥିଲା ଲକ୍ଷ୍ନୌ । ତୃତୀୟ ବିଜୟ ସହ ଦିଲ୍ଲୀକୁ 6 ୱିକେଟରେ ହରାଇଥିଲା। ମ୍ୟାଚରେ ବିଜୟୀ ଅର୍ଦ୍ଧଶତକ ଖେଳିଥିବା ଡି କକଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ । ଆଜିର ମ୍ୟାଚକୁ ଜିତି ଚତୁର୍ଥ ବିଜୟ ହାସଲ ଲକ୍ଷ୍ୟରେ ରହିବ ଲକ୍ଷ୍ନୌ ।

ଅନ୍ୟପଟେ ପୂର୍ବ ମ୍ୟାଚରେ ବାଙ୍ଗାଲୋରଠୁ ହାରିଥିଲା ରାଜସ୍ଥାନ । ଦିନେଶ କାର୍ତ୍ତିକ ଓ ସାହବାଜ ଅହମ୍ମଦଙ୍କ ଦମଦାର ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ରାଜସ୍ଥାନର ବିଜୟଧାରାରେ ବ୍ରେକ ଲଗାଇଥିଲା ବାଙ୍ଗଲୋର। ଆଜି ସମସ୍ତ ତ୍ରୁଟିତୁ ସୁଧାରି ବିଜୟ ପାଇଁ ଲକ୍ଷ୍ୟ ରଖିଛି ରୟାଲ୍ସ । ସନ୍ଧ୍ୟା 7ଟି30ରେ ଆରମ୍ଭ ହେବ ମ୍ୟାଚ ।

ABOUT THE AUTHOR

...view details