ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 58ତମ ମ୍ୟାଚ୍ ଖେଳାଯିବ । ଏଥିରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଆଜିର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କ୍ୟାପିଟାଲ୍ସ ପାଇଁ ଆଜି କର ବା ମର ସଦୃଶ ସ୍ଥିତି ରହିଛି । ଆଜିର ମ୍ୟାଚକୁ ଜିତି ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିବାକୁ ଲକ୍ଷ୍ୟ ରଖିଛି ଦଳ ।
ଉଭୟ ଦଳ ପାଇଁ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ବିଜୟ ସହ ଦୁଇ ଦଳ ପ୍ଲେ ଅଫ ନିକଟତର ହେବାକୁ ପ୍ରୟାସ କରିବ । ପ୍ରତି ଖେଳାଳି ଫିଟ ଥିବାବେଳେ ରୟାଲ୍ସର ପଲ୍ଲା ଭାରି ରହିବ । କ୍ୟାପିଟାଲ୍ସ ତାର ଶେଷ ମ୍ୟାଚରେ ଚେନ୍ନାଇଠୁ 91 ରନରେ ପରାସ୍ତ ହୋଇଥିଲା । ପୂର୍ବ ପରାଜୟ ପୀଡାକୁ ଆଜିର ମ୍ୟାଚ ଜିତିବାକୁ ପ୍ରୟାସ କରିବ । ପ୍ଲେ ଅଫ ସ୍ବପ୍ନ ସାକାର କରିବାକୁ ହେଲେ ଦଳୀୟ ପ୍ରର୍ଦଶନ ଉପରେ ଗୁରୁତ୍ବ ଦେବାକୁ ହେବ । ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ୍ସ 11ଟି ମ୍ୟାଚରୁ 5ଟିରେ ବିଜୟ ହୋଇଛି ।