ମୁମ୍ବାଇ:ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 60ତମ ମ୍ୟାଚ୍ ଖେଳାଯିବ । ଏଥିରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛି । ଦୁଇ ଦଳ ପାଇଁ ବିଜୟ ଅତ୍ୟନ୍ତ ଜରୁରୀ ହୋଇପଡିଛି । ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକିବାଲି ଦେଖିବାକୁ ମିଳିବ । ବଡ ବ୍ୟବଧାନରେ ମ୍ୟାଚ ଜିତି ରନ ରେଟ୍ରେ ଉନ୍ନତି ଆଣିବା ଦୁଇ ଦଳ ପାଇଁ ପ୍ରଥମ ଲକ୍ଷ୍ୟ ରହିଛି ।
ଇତି ମଧ୍ୟରେ ବାଙ୍ଗାଲୋର 12ଟି ମ୍ୟାଚରୁ 7ଟି 14 ପଏଣ୍ଟ ସହ ଚତୁର୍ଥରେ ରହିଛି । ବାଙ୍ଗାଲୋରକୁ ତାର ଶେଷ 2ଟି ମ୍ୟାଚ ଜିତିବାକୁ ପଡିବ । ସେହିପରି ପଞ୍ଜାବ କିଙ୍ଗସ 11ଟି ମ୍ୟାଚରୁ 5ଟି 10 ପଏଣ୍ଟ ପାଇଛି । ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ପଞ୍ଜାବକୁ ବାକି 3ଟି ମ୍ୟାଚ ଜିତିବାକୁ ପଡିବ ।