ମୁମ୍ବାଇ:ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍ ପର୍ଯ୍ୟାୟ । ସ୍ଥାନ ପକ୍କା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଆଜି ଖେଳାଯିବାକୁ ଥିବା 66 ତମ ଲିଗ ମ୍ୟାଚରେ କୋଲକାତା ଓ ଲକ୍ଷ୍ନୌ ପରସ୍ପରକୁ ଭେଟିବେ । ଆଜିର ମ୍ୟାଚ୍ ଜିତିବା କୋଲକାତା ପାଇଁ ଜରୁରୀ ହୋଇପଡିଛି । ସେପଟେ 16 ପଏଣ୍ଟ ହାସଲ କରିଥିବା ସୁପରଜିଆଣ୍ଟ୍ସ ଆଜିର ମ୍ୟାଚ ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ ।
ନାଇଟ ରାଇଡର୍ସ 12 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି । ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଏକ ବଡ ବ୍ୟବଧାନରେ ଜିତିବାକୁ ପଡିବ । ନାଇଟ ରାଇଡର୍ସର ରନ ରେଟ 0. 160 ରହିଛି । ଆଜି ଯାହା ବି ହେଲେ ଦଳକୁ ବିଜୟୀ ହେବାକୁ ପଡିବ । ଦୁଇଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ନବାଗତ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ 75ରନରେ ଜିତିଥିଲା । ନାଇଟ ରାଇଡର୍ସ ତାର ଶେଷ 2ଟି ମ୍ୟାଚରେ ବିଜୟୀ ହୋଇଛି । ଆଜିର ମ୍ୟାଚକୁ ଜିତିବାକୁ କୌଣସି ସୁଯୋଗ ହାତଛଡା କରିବନି କୋଲକାତା । ଅଜିଙ୍କ୍ୟ ରାହାଣେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ତାଙ୍କୁ ଅନୁପସ୍ଥିତ ଦଳକୁ ପ୍ରଭାବିତ କରିପାରେ । ପୂର୍ବରୁ କମିନ୍ସ ମଧ୍ୟ ଆହତ ହୋଇ ଦଳରୁ ବାଦ ପଡିଛନ୍ତି ।