ଓଡିଶା

odisha

ETV Bharat / sports

IPL 2022: ଆଜି ସମ୍ମାନର ଲଢେଇ, ମୁହାଁମୁହିଁ ହେବେ ରୋହିତ-ପାଣ୍ଡ୍ୟା - ଆଇପିଏଲ 2022

ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) ୫୧ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ଗୁଜୁରାଟ ଟାଇଟନ୍ସ (GT) ମଧ୍ୟରେ ରହିିଛି । ବିଜୟ ସହ ଆନୁଷ୍ଠାନିକ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ଲକ୍ଷ୍ୟରେ ଗୁଜରାଟ । ଅନ୍ୟପଟେ ପ୍ଲେ-ଅଫ୍‌ରୁ ବାଦ୍‌ ପଡିସାରିଥିବା ମୁମ୍ବାଇ ପାଖରେ ପଏଣ୍ଟ ଟେବୁଲର ଶେଷସ୍ଥାନରୁ ଉପରକୁ ଉଠିବାକୁ ସୁଯୋଗ । ଅଧିକ ପଢନ୍ତୁ

IPL 2022: ଆଜି ଆଇପିଏଲରେ ସମ୍ମାନର ଲଢେଇ, ମୁହାଁମୁହିଁ ହେବେ ରୋହିତ-ପାଣ୍ଡ୍ୟା
IPL 2022: ଆଜି ଆଇପିଏଲରେ ସମ୍ମାନର ଲଢେଇ, ମୁହାଁମୁହିଁ ହେବେ ରୋହିତ-ପାଣ୍ଡ୍ୟା

By

Published : May 6, 2022, 12:01 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) ୫୧ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ଗୁଜୁରାଟ ଟାଇଟନ୍ସ (GT) ମଧ୍ୟରେ ରହିିଛି । ୫ଥର ଟାଇଟଲ ହାତେଇଥିବା ତଥା ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସର ସଫଳତମ ଟିମ ମୁମ୍ବାଇ ଇଣ୍ଡିଆନ୍ସର ପ୍ରର୍ଦଶନ ଚଳିତ ସଂସ୍କରଣରେ ନୈରାଶ୍ୟଜନକ ରହିଛି ।

ଭେଟେରାନ ରୋହିତ ଶର୍ମାଙ୍କ ନେତୃତାଧୀନ ଏହି ଟିମ ଏଯାବତ ୯ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ମ୍ୟାଚ୍‌ ଜିତିପାରିଛି । ଏପରିକି ଅଲୋଡା ରେକର୍ଡ ସହ ଲଗାତାର ୮ଟି ମ୍ୟାଚ୍‌ରେ ପରାଜୟ ପରେ ନବମ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଫଳରେ ପ୍ରଥମ ଟିମ ଭାବେ ଆଇପିଏଲ ୨୦୨୨ ପ୍ଲେ-ଅଫ୍‌ରୁ ବାଦ୍‌ ପଡିସାରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଫଳରେ ଅବଶିଷ୍ଟ ମ୍ୟାଚ୍‌ରେ ବିଜୟୀ ହେବାକୁ ସମସ୍ତ ଜୋର୍‌ ଲଗାଇବ ରୋହିତ ଶର୍ମାଙ୍କ ଟିମ । ମାତ୍ର ସମସ୍ତ ବିଭାଗରେ ସଂଘର୍ଷ କରୁଥିବା ମୁମ୍ବାଇ ପାଇଁ ବିଜୟୀ ପ୍ରଦର୍ଶନ ଜାରି ରଖିବା ବଡ ଚ୍ୟାଲେଞ୍ଜ ହେବ । ଟିମରେ ରୋହିତ ଶର୍ମା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ, ଜଶପ୍ରୀତ ବୁମରାଙ୍କ ଭଳି ଷ୍ଟାର ଖେଳାଳିଥିଲେ ମଧ୍ୟ ସମସ୍ତଙ୍କ ପ୍ରଦର୍ଶନ ପ୍ରଭାବି ହୋଇନାହିଁ ।

ଅନ୍ୟପଟେ ଏଥର ଆଇପିଏଲରେ ଡେବ୍ୟୁ କରିଥିବା ଗୁଜରାଟ ଟାଇଟନ୍ସ ସବୁ ବିଭାଗରେ ଭଲ ପ୍ରର୍ଦଶନ କରିବାସହ ପଏଣ୍ଟ ଟେୁବଲର ଶୀର୍ଷରେ ରହିଛି । ଏଥିସହ ପ୍ରଥମ ଟିମ ଭାବେ ପ୍ଲେ-ଅଫ୍‌ ଖେଳିବାକୁ ଯାଉଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଟାଇଟନ୍ସ ୧୦ଟି ମ୍ୟାଚରୁ ୮ଟିରେ ବିଜୟୀ ହୋଇଛି ।

ଫଳରେ ଆଜିତ ମ୍ୟାଚକୁ ଜିତି ପ୍ରଥମ ଟିମ ଭାବେ ଆନୁଷ୍ଠାନିକ ଭାବେ ପ୍ଲେ-ଅଫରେ ପ୍ରବେଶ କରିବା ଲକ୍ଷ୍ୟରେ ରହିବ । ପାଣ୍ଡ୍ୟା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମର ସଦସ୍ୟ ରହିଥିଲେ । ଫଳରେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ସେ ନିଜର ସମସ୍ତ ପରାକ୍ରମ ଦେଖାଇପାରନ୍ତି । ସେଥିପାଇଁ ଏହି ମ୍ୟାଚ୍‌ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details