ପୁଣେ:ଚଳିତ ଆଇପିଏଲରେ ଆଜି (ବୁଧବାର) 49 ତମ ଲିଗ ମ୍ୟାଚ ଖେଳାଯିବ । ଡିଫେଣ୍ଡିଂ ଚମ୍ପିୟାନ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଉଭୟ ଦଳ ପାଇଁ ପ୍ଲେ ଅଫ ସୁଯୋଗ ରହିଥିବାରୁ ଆଜିର ମ୍ୟାଚ ଜିତିବାକୁ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ।
ସୁପରସିଙ୍ଗ୍ସ 9ଟି ମ୍ୟାଚ ଖେଳି 3ଟି ଜିତିଛି । 6 ପଏଣ୍ଟ ସହ ଟେବୁଲ ନବମ ସ୍ଥାନରେ ରହିଛି । ପ୍ଲେ ଅଫରେ ପ୍ରବେଶ କରିବାକୁ ଦେଲେ ଦଳକୁ ଶେଷ 5ଟି ଯାକ ମ୍ୟାଚ ଜିତିବାକୁ ହେବ । ଶେଷ ମ୍ୟାଚରୁ ଜାଡେଜା ଅଧିନାୟକତ୍ବ ଛାଡିଛନ୍ତି ଓ ପୁଣି ମହେନ୍ଦ୍ର ସିଂ ଧୋନୀ ଦଳର ମଙ୍ଗ ଧରିଛନ୍ତି । ପୂର୍ବ ମ୍ୟାଚରେ ହାଇଦ୍ରାବାଦକୁ ହରାଇଥିଲା ଦଳ । ଆଜିର ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରି ଜିତିବାକୁ ଚେଷ୍ଟା କରିବ ଦଳ । ଆଜି ଋତୁରାଜ ଗାଏକ୍ବାଡ ଓ କନୱେଙ୍କ ଉପରେ ନଜର ରହିବ । ସନରାଇଜର୍ସ ବିପକ୍ଷରେ ଋତୁରାଜ ଦମଦାମ ଇନିଂସ ଖେଳିଥିଲେ । 99ରନର ପାଳି ଖେଳିଥିଲେ ଗାଏକ୍ବାର୍ଡ ।