ଓଡିଶା

odisha

ETV Bharat / sports

IPL 2022: ଟୁର୍ଣ୍ଣାମେଣ୍ଟରେ 74, ପ୍ରତି ଟିମକୁ ହୋମ୍‌ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍‌ - ଲକ୍ଷ୍ନୌ ଆଇପିଏଲ ଟିମ

RPSG ଭେଞ୍ଚର୍ସ ଲିମିଟେଡ୍‌ -ଲକ୍ଷ୍ନୌ(୭,୦୯୦ କୋଟି) ଓ ଇରେଲିଆ କମ୍ପାନୀ ପାର୍ଟନର୍ସ ଲିମିଟେଡ(CVC କ୍ୟାପିଟାଲ ପାର୍ଟନର୍ସ) -ଅହମ୍ମଦାବାଦ (୫,୬୨୫ କୋଟି)ରେ ନିଲାମରେ ବିଜୟୀ ହୋଇ ଟିମର ମାଲିକାନା ହାସଲ କରିଛନ୍ତି । ଅଧିକ ପଢନ୍ତୁ...

IPL 2022 to have 74 matches, each team to play 7 home, 7 away games
IPL 2022: ଟୁର୍ଣ୍ଣାମେଣ୍ଟରେ 74, ପ୍ରତି ଟିମକୁ ହୋମ୍‌ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍‌

By

Published : Oct 25, 2021, 10:28 PM IST

ଦୁବାଇ:ଆଇପିଏଲ ପରିଚାଳନା ପରିଷଦ ନୂଆ ଦୁଇଟି ଫ୍ରାଞ୍ଚାଇଜ ପାଇଁ ITT ଆହ୍ବାନ କରିଥିଲା । ପରେ ଟେଣ୍ଡର ପ୍ରକ୍ରିୟା ଜରିଆରେ ନୂଆ ଆଇପିଏଲ ଟିମ କିଣିବାକୁ ଏକାଧିକ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ । ସୋମବାର ଦୁବାଇରେ ଏହି ନିଲାମ ପ୍ରକ୍ରିୟା ଶେଷ ପରେ BCCI ନୂଆ ଦୁଇଟି ଫ୍ରାଞ୍ଚାଇଜର ନାମ ଘୋଷଣା କରିଛି ।

RPSG ଭେଞ୍ଚର୍ସ ଲିମିଟେଡ୍‌ -ଲକ୍ଷ୍ନୌ(୭,୦୯୦ କୋଟି) ଓ ଇରେଲିଆ କମ୍ପାନୀ ପାର୍ଟନର୍ସ ଲିମିଟେଡ(CVC କ୍ୟାପିଟାଲ ପାର୍ଟନର୍ସ) -ଅହମ୍ମଦାବାଦ (୫,୬୨୫ କୋଟି)ରେ ନିଲାମରେ ବିଜୟୀ ହୋଇ ଟିମର ମାଲିକାନା ହାସଲ କରିଛନ୍ତି ।

ନୂଆ ଫ୍ରାଞ୍ଚାଇଜ IPL ର ୨୦୨୨ ସଂସ୍କରଣରେ ଅଂଶଗ୍ରହଣ କରିବେ । IPL 2022 ସଂସ୍କରଣରେ ୧୦ ଟି ଟିମ ମଧ୍ୟରେ ଟ୍ରଫି ପାଇଁ ଲଢେଇ ହେବ ଓ ପ୍ରତ୍ୟେକ ଟିମ ନିଜ ହୋମ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍‌ ଓ ବାହାରେ ୭ଟି ମ୍ୟାଚ୍‌ ଖେଳିବେ ।

BCCI ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା, ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଓ BCCI କୋଷାଧ୍ୟକ୍ଷ ଅରୁଣ ସିଂ ଧୁମଲ ନୂଆ ଦୁଇଟି ଟିମକୁ ଇଣ୍ଡିଆନ ପ୍ରିମିୟର ଲିଗ ପରିବାରକୁ ସ୍ବାଗତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details