ଓଡିଶା

odisha

ETV Bharat / sports

IPL 2022: ଟାଇଟନ୍ସକୁ ହରାଇ ପ୍ଲେ ଅଫ ଦୌଡରେ RCB

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 67ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ(GT)କୁ 8 ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) । ଅଧିକ ପଢନ୍ତୁ

By

Published : May 20, 2022, 7:54 AM IST

IPL 2022
IPL 2022

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 67ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ(GT)କୁ 8 ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) । ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ମ୍ୟାଚ ଜାତିବାରେ ସହାୟକ ହୋଇଥିଲା । କୋହଲି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ବାଙ୍ଗାଲୋରର ଏହି ବିଜୟ ତାକୁ ପ୍ଲେ ଅଫ ଦୌଡରେ ସାମିଲ କରିଛି । ଏହା ସହ ପଏଣ୍ଟ ଟେବୁଲ ଚତୁର୍ଥରେ ପହଞ୍ଚିଛି ଆରସିବି ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ । ଟେବୁଲ ଟପ୍ପର ଟାଇଟନ୍ସ ଟିମ୍‌ର ପ୍ଲେ-ଅଫ୍ ସ୍ଥାନ ପକ୍କା କରିସାରିଛି । ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ 5 ୱିକେଟ ହରାଇ 168 ରନ କରିଥିଲା । ରିଦ୍ଧିମାନ ଶାହା ପ୍ରାରମ୍ଭରୁ ଦର୍ଶନୀୟ ସଟ ଖେଳିଥିଲେ । ଅନ୍ୟ ଓପନର ଶୁଭମନ ଗିଲ ମାତ୍ର 1 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 21 ରନ ବେଳକୁ ମାଥ୍ୟୁ ୱେଡ 16 ରନ କରି ପାଭିଲିୟନ ଫେରିଥିଲେ । ଶାହା 22 ବଲରେ 38 ରନ କରିଥିଲେ । ଦଳୀୟ ସ୍କୋର 61 ବେଳକୁ ଦଳ 3ଟି ୱିକେଟ ହରାଇଥିଲା ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଡେଭିଡ ମିଲର 61 ରନ ଯୋଗ କରିଥିଲେ । ଦଳୀୟ ସ୍କୋର 62ରୁ 123 ରେ ପହଞ୍ଚାଇଥିଲେ । ହାର୍ଦ୍ଦିକ ଅପରାଜିତ 62 ରନ କରି ଥିବାବେଳେ ମିଲର 25, ରାହୁଲ ତେୱାତିଆ 2 ଏବଂ ରଶିଦ ଖାନ 6 ବଲରେ ଅପରାଜିତ 19 ରନ ସଂଗ୍ରହ କରିଥିଲେ । ସେପଟେ ବାଙ୍ଗଲୋର ପକ୍ଷରୁ ହାଜେଲଉଡଙ୍କୁ ସର୍ବାଧିକ 2ଟି ୱିକେଟ ମିଳି ଥିବାବେଳେ ମାକ୍ସୱେଲ ଏବଂ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

169 ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ବାଙ୍ଗାଲୋର । ଫାପ ଡୁ ପ୍ଲେସି ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ । ଦମଦାର ପ୍ରଦର୍ଶନ ବଳରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଏ ଯୋଡିକୁ ଭାଙ୍ଗିବା ଟାଇଟନ୍ସ ବୋଲରଙ୍କ ପାଇଁ ସମ୍ଭବ ନଥିଲା । କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । 15 ତମ ଓଭରରେ ଡୁ ପ୍ଲେସିଙ୍କୁ ଆଉଟ କରିଥିଲେ ରଶିଦ । ସେ 44 (5 ଚୌକା) ରନ ସଂଗ୍ରହ କରିଥିଲେ । ପରେ ପରେ କୋହଲି ମଧ୍ୟ ରଶିଦଙ୍କ ଶିକାର ହୋଇଥିଲେ । ବାରଟ 54 ବଲରୁ 73 ରନ (5ଚୌକା, 2 ଛକା) ରନ ସଂଗ୍ରହ କରିଥିଲେ । 8ଟି ବଲ ବାକି ଥାଇ ବିଜୟ ହାସଲ କରି ନେଇଥିଲା ବାଙ୍ଗାଲୋର । ଦଳ 2 ଟି ୱିକେଟ ହରାଇ 170 ରନ ସଂଗ୍ରହ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details