ଓଡିଶା

odisha

ETV Bharat / sports

IPL 2022: ଚେନ୍ନାଇ ଆଗରେ ୧୭୪ ରନର ଟାର୍ଗେଟ

ଚଳିତ IPL ୨୦୨୨ ର 49ତମ ଲିଗ ମ୍ୟାଚ ଜାରି । ଚେନ୍ନାଇକୁ ୧୭୪ ରନର ଟାର୍ଗେଟ ଦେଲା ବାଙ୍ଗାଲୋର । ଅଧିକ ପଢନ୍ତୁ

By

Published : May 4, 2022, 9:16 PM IST

Updated : May 4, 2022, 9:38 PM IST

IPL ୨୦୨୨: ଚେନ୍ନାଇ ଆଗରେ ୧୭୪ ରନର ଟାର୍ଗେଟ
IPL ୨୦୨୨: ଚେନ୍ନାଇ ଆଗରେ ୧୭୪ ରନର ଟାର୍ଗେଟ

ମୁମ୍ବାଇ: ଚଳିତ IPL ୨୦୨୨ ର 49ତମ ଲିଗ ମ୍ୟାଚ ଜାରି । ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳା ଯାଉଛି ଏହି ମ୍ୟାଚ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ ୧୭୪ ରନର ଟାର୍ଗେଟ ଦେଇଛି ବାଙ୍ଗାଲୋର ।

ମହାରାଷ୍ଟ୍ରର ପୁଣେରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତ ନେଇଥିଲେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ସୁପର କିଙ୍ଗସର ସୁପର ବୋଲିଂ ସତ୍ତ୍ବେ 174 ରନର ଟାର୍ଗେଟ ଦେଇଛି ରୟାଲ ଟିମ୍ । RCB ର ମହିପାଲ ଲୋମରର ସର୍ବାଧିକ ୨୭ ରନ୍ କରି ଥିବାବେଳେ ଅଧିନାୟକ ଡୁପ୍ଲେସିସ ୨୨ ରନ କରି ପାଭିଲିୟନ ଫେରି ଯାଇଥିଲେ । ଏହାପରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଆଶା ରଖିଥିଲା ଦଳ, କିନ୍ତୁ ସେ ମଧ୍ୟ ୩୦ ରନରେ ମୋଇନ ଅଲିଙ୍କ ଶିକାର ହୋଇଥିଲେ ।

୬୨ ରନରେ କୌଣସି ବି ୱିକେଟ ହରାଇ ନ ଥିବା RCB ୭୯ ରନରେ ୩ ମୂଲ୍ୟବାନ ୱିକେଟ ହରାଇଥିଲା । ଏହାପରେ ସ୍ଥିତି ସମ୍ଭାଳି ଥିଲେ ରଜତ ପଟିଦାର ଏବଂ ମହିପାଲ । ଉଭୟଙ୍କ ଦମଦାର ବ୍ୟାଟିଂ ବଳରେ ଦଳୀୟ ସ୍କୋର ୧୨୩ ରେ ପହଞ୍ଚିଥିଲା । କିନ୍ତୁ ପଟିଦାର ୨୧ ରନ କରି ପ୍ରେଟୋରିୟସଙ୍କ ଶିକାର ହୋଇଥିଲେ । ଏହାପରେ ଦିନେଶ କାର୍ତ୍ତିକ ଏବଂ ମହିପାଲ ଦଳକୁ ଶକ୍ତି ଯୋଗାଇଥିଲେ । କିନ୍ତୁ ୧୯ତମ ଓଭରରେ ଥିକସାନାଙ୍କ ଶିକାର ହୋଇଥିଲେ ମହିପାଲ । ପରେ ପରେ ହସରଙ୍ଗା ଓ ଶାହବାଜ ମଧ୍ୟ ଆଉଟ ହୋଇ ଯାଇଥିଲେ ।

କିନ୍ତୁ ଶେଷ ଓଭରରେ ଦିନେଶ କାର୍ତ୍ତିକଙ୍କ ଦମଦାର୍ ସର୍ଟ୍ସ ଦଳୀୟ ରନକୁ ୧୭୩ ରେ ପହଞ୍ଚାଇ ପାରିଥିଲା । ସେପଟେ ଚେନ୍ନାଇର ଥକସାନାଙ୍କୁ ସର୍ବାଧିକ ୩ଟି ୱିକେଟ ମିଳି ଥିବାବେଳେ ମୋଇନ ଅଲି ୨ଟି ଏବଂ ପ୍ରିଟୋରିୟସ 1 ୱିକେଟ ନେଇଛନ୍ତି ।

Last Updated : May 4, 2022, 9:38 PM IST

ABOUT THE AUTHOR

...view details