ଜୟପୁର(ରାଜସ୍ଥାନ):ଇଣ୍ଡିଆନ ପ୍ରିମିୟର ଲିଗ(IPL) ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ୨୦୨୨ ସଂସ୍କରଣ ପାଇଁ ଅଫିସିଆଲ ଜର୍ସି ଉନ୍ମୋଚନ କରିଛି । ୨୦୨୨ ରୟାଲ୍ସ ଜର୍ସି ଅନନ୍ୟ ରାଜସ୍ଥାନୀ ଡିଜାଇନ୍ (unique rajastani design) 'ଲେହେରିୟା' ଅନୁଯାୟୀ ହୋଇଛି । ଏହାର ଇଂରାଜୀ ଅର୍ଥ 'ୱେଭ୍' ବୋଲି କୁହାଯାଉଛି । ସେହିପରି ଜର୍ସିରେ ରାଜ୍ୟର ସ୍ବତନ୍ତ୍ର କୌଶଳକୁ ମଧ୍ୟ ସ୍ଥାନ ଦିଆଯାଇଛି ।
IPL 2022: ରାଜସ୍ଥାନ ରୟାଲ୍ସର ଲେହେରିୟା ଜର୍ସି - ଆଇପିଏଲ ୨୦୨୨
ଯୁବ ଭାରତୀୟ ବ୍ୟାଟ୍ର ସଞ୍ଜୁ ସାମସନଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍ସ IPL ୨୦୨୨ ଟୁର୍ନାମେଣ୍ଟ ଖେଳିବ । ମାର୍ଚ୍ଚ ୨୯ରେ ରାଜସ୍ଥାନ ଆଇପିଏଲ ୨୦୨୨ ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ

IPL 2022: ରାଜସ୍ଥାନ ରୟାଲ୍ସର ଲେହେରିୟା ଜର୍ସି
ଯୁବ ଭାରତୀୟ ବ୍ୟାଟ୍ର ସଞ୍ଜୁ ସାମସନଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍ସ IPL ୨୦୨୨ ଟୁର୍ନାମେଣ୍ଟ ଖେଳିବ । ଆଇପିଏଲ ଟୁର୍ନାମେଣ୍ଟର ଉଦ୍ଘାଟନୀ ସଂସ୍କରଣର ଟ୍ରଫି ନିଜ ନାମରେ କରିଥିଲା । ମାତ୍ର ଏହାପରେ ଖେଳାଯାଇଥିବା ୧୩ଟି ସଂସ୍କରଣରେ ରାଜସ୍ଥାନ ଟ୍ରଫି ବିଜେତା ହୋଇପାରିନାହିଁ । ଫଳରେ ଦ୍ବିତୀୟ ଟ୍ରଫି ଲକ୍ଷ୍ୟରେ ଏଥର ପଡିଆକୁ ଓହ୍ଲାଇବ ଟିମ । ମାର୍ଚ୍ଚ ୨୯ରେ ରାଜସ୍ଥାନ ଆଇପିଏଲ ୨୦୨୨ ଅଭିଯାନ ଆରମ୍ଭ କରିବ ।