ଓଡିଶା

odisha

ETV Bharat / sports

IPL 2022: ଆଜି ଭର୍ଚୁଆଲ କ୍ବାର୍ଟର-ଫାଇନାଲ, ମୁମ୍ବାଇକୁ ମାତ୍‌ଦେଇ ପ୍ଲେ-ଅଫ୍‌ ଲକ୍ଷ୍ୟରେ ଦିଲ୍ଲୀ

ଚଳିତ ଆଇପିଏଲ(IPL)ର ୬୯ ତମ ମ୍ୟାଚରେ ଆଜି ମୁହାଁ ମୁହିଁ ହେବ ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ମୁମ୍ବାଇ ଇଣ୍ଡିଆନ୍ସ(MI) । ଆଜିର ମ୍ୟାଚ ଦିଲ୍ଲୀ ପାଇଁ କର ବା ମର ପରିସ୍ଥିତି ରହିଛି । ଅଧିକ ପଢନ୍ତୁ

IPL 2022: ଆଜି ଦିଲ୍ଲୀ ପାଇଁ କର ବା ମର ପରିସ୍ଥିତି
IPL 2022: ଆଜି ଭର୍ଚୁଆଲ କ୍ବାର୍ଟର-ଫାଇନାଲ, ମୁମ୍ବାଇକୁ ମାତ୍‌ଦେଇ ପ୍ଲେ-ଅଫ୍‌ ଲକ୍ଷ୍ୟରେ ଦିଲ୍ଲୀ

By

Published : May 21, 2022, 2:52 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ (IPL ୨୦୨୨) ଆଜି ଖେଳାଯିବ ଭର୍ଚୁଆଲ କ୍ବାର୍ଟର-ଫଇନାଲ । ମୁହାଁ ମୁହିଁ ହେବେ ଋଷଭ ପନ୍ତଙ୍କ ନେତୃତାଧୀନ ଦିଲ୍ଲୀ କ୍ୟାପିଟାଲ୍ସ (DC) ଓ ମୁମ୍ବାଇ ଇଣ୍ଡିଆନ୍ସଙ୍କ ମୁମ୍ବାଇ ଇଣ୍ଡିଆନ୍ସ(MI) । ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳତମ ଟିମ ମୁମ୍ବାଇ ପାଇଁ ଏହି ସଂସ୍କରଣ ଦୁଃସ୍ବପ୍ନ କରି ହୋଇଥିବାବେଳେ ଦିଲ୍ଲୀ ପାଇଁ ଆଜିର ମ୍ୟାଚ୍‌ କର ବା ମର ସଦୃଶ ହୋଇଛି । ବିଜୟ ଦିଲ୍ଲୀକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବ ଓ ପରାଜୟ ଟୁର୍ଣ୍ଣାମେଣ୍ଟରୁ ବାହାରର ରାସ୍ତା ଦେଖାଇବ ।

ଏହି ମ୍ୟାଚ୍‌ର ଫଳାଫଳ ମଧ୍ୟ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ଟିମ ଭାବେ କେଉଁ ଟିମ ପ୍ଲେ-ଅଫ୍‌ ଟିକେଟ ହାତେଇବ ସ୍ଥିର କରିବ । ପୂର୍ବରୁ ଗୁଜରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପ୍ଲେ-ଅଫ୍‌ରେ ସ୍ଥାନ ପକା କରିସାରିଛନ୍ତି ।ଏହି ମ୍ୟାଚ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ଦିଲ୍ଲୀ ବିଜୟୀ ହେଲେ ଫାଫ ଡୁପ୍ଲେସିସଙ୍କ ଟିମ ପଞ୍ଚମ ସ୍ଥାନକୁ ଖସିବା ସହ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବ ।

କାରଣ ଦିଲ୍ଲୀର ବିଜୟ ପରେ RCB ସହ ପଏଣ୍ଟ ସମାନ ୧୬ ପଏଣ୍ଟ ହେବ ମାତ୍ର ରନ୍‌ ରେଟ୍‌ ଅଧିକ ରହିଥିବାଯୋଗୁଁ ପନ୍ତଙ୍କ ଟିମକୁ ପ୍ଲେ-ଅଫ ପ୍ରବେଶ ପାଇଁ ଅନୁମତି ମିଳିବ । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ-ଅଫ୍‌ରୁ ବାଦ ପଡିବା ସହ ପଏଣ୍ଟ ଟେବୁଲର ଶେଷରେ ରହିଛି । ଫଳରେ ଶେଷ ଲିଗ୍‌ ମ୍ୟାଚ୍‌ରେ ବିଜୟ ସହ ସମ୍ମାନର ସହିତ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି ୫ ଥରର ଆଇପିଏଲ ଟ୍ରଫି ବିଜେତା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ।

ABOUT THE AUTHOR

...view details