ଓଡିଶା

odisha

ETV Bharat / sports

IPL 2022: ଚାମ୍ପିୟନ ଚେନ୍ନାଇର ଅଧିନାୟକ ଭାବେ ଧୋନିଙ୍କ ଦମଦାର ରେକର୍ଡ

ଧୋନିଙ୍କ ସଫଳ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ୪ଟି ଆଇପିଏଲ ଟ୍ରଫି ଜିତିପାରିଛି । ବର୍ଷ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଛି ଚେନ୍ନାଇ । ଏଥିସହିତ ୨୦୧୦ ଓ ୨୦୧୪ରେ ଚାମ୍ପିୟନ୍ସ ଲିଗ T20 ଟାଇଟଲ ମଧ୍ୟ ଧୋନିଙ୍କ ନେତୃତ୍ବରେ CSK ନାମରେ ରହିଛି । ଅଧିକ ପଢନ୍ତୁ

By

Published : Mar 24, 2022, 4:17 PM IST

Updated : Mar 24, 2022, 5:04 PM IST

IPL 2022: MS Dhoni quits CSK captaincy, Jadeja to take over
IPL 2022: ଚାମ୍ପିୟନ ଚେନ୍ନାଇର ଅଧିନାୟକ ଭାବେ ଧୋନିଙ୍କ ଦମଦାର ରେକର୍ଡ

ମୁମ୍ବାଇ:ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଛନ୍ତି ମହେନ୍ଦ୍ର ସିଂହ ଧୋନି । ଏଥିସହିତ ନେତୃତ୍ବ ଭାର ଟିମର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି । ଫଳରେ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର ଆଗାମୀ ସଂସ୍କରଣ ଅର୍ଥାତ ଆଇପିଏଲ ୨୦୨୨ରେ ରବିନ୍ଦ୍ର ଜାଡେଜା ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଟିମ CSKର ଅଧିନାୟକ ଭାର ତୁଲାଇବେ । ବର୍ଷ ୨୦୧୨ ଠାରୁ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ସଦସ୍ୟ ରହିଛନ୍ତି । ତୃତୀୟ ଖେଳାଳି ଭାବେ ଜାଜେଡା CSKର ଅଧିନାୟକ ହେବେ । ଧୋନି ଅଧିନାୟକ ପଦ ଛାଡିବା ଓ ଜାଡେଜାଙ୍କୁ ନୂଆ ନେତୃତ୍ବ ଭାର ମିଳିବା ନେଇ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଅଫିସିଆଲ ଟ୍ବିଟ୍‌ର ଆକାଉଣ୍ଟ ଜରିଆରେ ଘୋଷଣା କରିଛି । ଏହାପରେ ପୂର୍ବତନ ସିଏସକେ ଖେଳାଳି ସୁରେଶ ରୈନା ଟ୍ବିଟ୍‌ କରି ଧୋନିଙ୍କ ନିଷ୍ପତ୍ତିକୁ ସଠିକ କହିବା ସହ ଜାଡେଜାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସିଏସକେ ଅଧିନାୟକ ଭାବେ ନଜର ପକାନ୍ତୁ ଧୋନିଙ୍କ ରେକର୍ଡ:

  • ଧୋନି ମୋଟ ୨୦୪ଟି IPL ମ୍ୟାଚ୍‌ରେ ଅଧିନାୟକତ୍ବ କରିଛନ୍ତି । ସେଥିମଧ୍ୟରୁ ୧୨୧ଟିରେ ବିଜୟୀ ହୋଇଛନ୍ତି ଓ ୮୨ଟିରେ ପରାସ୍ତ ହୋଇଛନ୍ତି । ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି । ଫଳରେ ଆଇପିଏଲ ଅଧିନାୟକ ଭାବେ ଧୋନିଙ୍କ ମ୍ୟାଚ୍‌ ବିଜୟ ପ୍ରତିଶତ ୫୯.୬୦ ରହିଛି ।
  • ଧୋନିଙ୍କ ସଫଳ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ୪ଟି ଆଇପିଏଲ ଟ୍ରଫି ଜିତିପାରିଛି । ବର୍ଷ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଛି ଚେନ୍ନାଇ । ଏଥିସହିତ ୨୦୧୦ ଓ ୨୦୧୪ରେ ଚାମ୍ପିୟନ୍ସ ଲିଗ T20 ଟାଇଟଲ ମଧ୍ୟ ଧୋନିଙ୍କ ନେତୃତ୍ବରେ ସିଏସକେ ନାମରେ ରହିଛି । ସବୁଠୁ ମଜାଦାର କଥା ହେଉଛି, ଧୋନିଙ୍କ ଚମତ୍କାର ନେତୃତ୍ବରେ CSK ୫ଥର ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ରନର୍ସଅପ୍‌ ହୋଇଛି ।

ଆଇପିଏଲରେ ଧୋନିଙ୍କ ବ୍ୟାଟିଂ ରେକର୍ଡ:

  • ଧୋନି ୨୨୦ଟି ଆଇପିଏଲ ମ୍ୟାଚ୍‌ ଖେଳିଛନ୍ତି ଓ ୧୩୫.୮୩ ଷ୍ଟ୍ରାଇକ୍‌ ରେଟ୍‌ରେ ପ୍ରାୟ ୪୦ ଆଭରେଜରେ ୪୭୪୬ ରନ୍‌ ସଂଗ୍ରହ କରିଛନ୍ତି । ୨୩ଟି ଅର୍ଦ୍ଧଶତକ ମଧ୍ୟ ନିଜ ନାମରେ କରିଛନ୍ତି ବିଶ୍ବ କ୍ରିକେଟ'ର ଅନ୍ୟତମ ଶ୍ରେଷ୍ଠ ଫିନିସର ଓ ବିସ୍ଫୋରକ ବ୍ୟାଟ୍‌ର । ୮୪ ରନ୍‌ର ତାଙ୍କର ବ୍ୟକ୍ତିଗତ ସର୍ବାଧିକ ଆଇପିଏଲ ସ୍କୋର୍‌ ।

ଆଇପିଏଲର ପଞ୍ଚଦଶ ସଂସ୍କରଣ ଶନିବାର ଠାରୁ(ମାର୍ଚ୍ଚ ୨୬) ଆରମ୍ଭ ହେଉଛି । ୱାଙ୍ଖେଡେ ଷ୍ଟାଡିୟମ ମୁମ୍ବାଇରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ IPL ଚାମ୍ପିୟନ ଚେନ୍ନାଇ, ଗ୍ରୁପ 'A'ରେ ଥିବା କୋଲକାତା ନାଇଟ ରାଇଡର୍ସକୁ ଭେଟିବ ।

ଚେନ୍ନାଇ ସୁପର କିଙ୍ଗ୍ସ(CSK) ସ୍କ୍ବାଡ୍‌:ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜା(କ୍ୟାପଟେନ୍‌) ଋତୁରାଜ ଗାଏକ୍ବାଡ, ମୋଇଲ ଅଲୀ, ଦୀପକ ଚହର, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ଡେଭନ କନୱେ, ଶୁଭ୍ରାଂଶୁ ସେନାପତି, କେଏମ ଆସିଫ, ତୁଷାର ଦେଶପାଣ୍ଡେ, ମହୀଶ ଥିକସାନା, ସିମ୍ରନଜିତ ସିଂହ, ଆଡାମ ମିଲନେ, ମୁକେଶ ଚୌଧୁରୀ, ଡ୍ବାଇନ ବ୍ରାଭୋ, ଶିବମ ଦୁବେ, ରାଜବର୍ଦ୍ଧନ ହଙ୍ଗରଗେକର, ଡ୍ବାଇନ ପ୍ରିଟୋରିସ, ମିଚେଲ ସାଣ୍ଟନର, ପ୍ରଶାନ୍ତ ସୋଲାଙ୍କି, ଏନ ଜଗଦୀଶାନ, ହରି ନିଶାନ୍ତ, କ୍ରିସ ଜୋର୍ଡାନ, କେ ଭଗତ ବର୍ମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 24, 2022, 5:04 PM IST

ABOUT THE AUTHOR

...view details