ଓଡିଶା

odisha

ETV Bharat / sports

IPL 2022: ଲକ୍ଷ୍ନୌ ସୁପର ଜିଆଣ୍ଟସର ଲୋଗୋ ଉନ୍ମୋଚିତ - ଇଣ୍ଡିଆନ ପ୍ରିମିୟର ଲିଗ୍‌

୨୦୨୨ ମେଗା ନିଲାମ ପୂର୍ବରୁ ନୂଆ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜିଆଣ୍ଟସର(LSG) ଲୋଗୋ ଉନ୍ମୋଚନ । ଅଧିକ ପଢନ୍ତୁ

IPL 2022: Lucknow Super Giants unveils team logo
IPL 2022: ଲକ୍ଷ୍ନୌ ସୁପର ଜିଆଣ୍ଟସର ଲୋଗୋ ଉନ୍ମୋଚନ

By

Published : Jan 31, 2022, 7:14 PM IST

Updated : Jan 31, 2022, 7:44 PM IST

ଲକ୍ଷ୍ନୌ(ଉତ୍ତର ପ୍ରଦେଶ):ନୂଆ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜିଆଣ୍ଟସ(LSG) ସୋମବାର ୨୦୨୨ ମେଗା ନିଲାମ ପୂର୍ବରୁ ଟିମର ଲୋଗୋ ଉନ୍ମୋଚନ କରିଛି । ପ୍ରାଚୀନ ଭାରତୀୟ ପୌରାଣିକ କଥାବସ୍ତୁରୁ (ancient indian mythology) ବ୍ରାଣ୍ଡ୍‌ ପରିଚୟ ଅନୁଗୃହୀତ ବୋଲି ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ଲିଡର ହେବାକୁ ଆବଶ୍ୟକ ନାହିଁ ଅଧିନାୟକ ପଦ: ବିରାଟ କୋହଲି

ପୌରାଣିକ ପକ୍ଷୀ ଗରୁଡ-ଯିଏକି ଜଣେ ରକ୍ଷକ ଓ ଦ୍ରୁତ ଗତିରେ ଆଗକୁ ବଢିବାର ଶକ୍ତି ସହ ବିରାଜମାନ, ଏହା ଟିମର ଡେଣାଥିବା ପ୍ରତୀକ ତିଆରି କରିବାକୁ ପ୍ରେରଣା ହୋଇଛି । ପ୍ରତ୍ୟେକ ଭାରତୀୟ ସଂସ୍କୃତି ଏବଂ ଉପ-ସଂସ୍କୃତିରେ ଗରୁଡ ସର୍ବତ୍ର ରହିଥିବା ଟିମର ଲୋଗୋକୁ ନେଇ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ(LSG) ପକ୍ଷରୁ ଏହା କୁହାଯାଇଛି ।

ସଂସ୍ଥାର ତ୍ରି-ରଙ୍ଗର ଡେଣା, ସାଙ୍କେତିକ ଭାବରେ ଭାଗ୍ୟଶାଳୀ ସୁପର ଜିଆଣ୍ଟସ୍ ପାନ୍ ଇଣ୍ଡିଆ ଅପିଲ୍‌କୁ ପ୍ରତିନିଧିତ୍ବ କରେ । କ୍ରିକେଟ୍ ଖେଳକୁ ସୂଚାଇବା ପାଇଁ ପକ୍ଷୀର ଶରୀରରେ ଏକ ନୀଳ ରଙ୍ଗର ବ୍ୟାଟ୍ ରଖାଯାଇଛି ଓ କମଳା ରଙ୍ଗର ଏକ ଲାଲ୍ ବଲ୍ ମଧ୍ୟ ରହିଛି ।

ଟିମ ଲକ୍ଷ୍ନୌ IPL 2022 ପାଇଁ କେଏଲ ରାହୁଲ(୧୭ କୋଟି), ମାର୍କସ ଷ୍ଟୋଇନିସ(୯.୨ କୋଟି) ଓ ରବି ବିଷ୍ଣୋଇ(୪ କୋଟି)ରେ କିଣି କ୍ୟାମ୍ପ୍‌ରେ ସାମିଲ କରିଛି । କେଏଲ ରାହୁଲଙ୍କୁ ଟିମ ଅଧିନାୟକ ଘୋଷଣା କରିଛି । ଆଣ୍ଡେ ଫ୍ଲାୱାର ଲକ୍ଷ୍ନୌ ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍‌ ଓ ପୂର୍ବତନ ଭାରତୀୟ ବ୍ୟାଟ୍‌ର ଗୌତମ ଗମ୍ଭୀର ଫ୍ରାଞ୍ଚାଇଜର ମେଣ୍ଟର ନିଯୁକ୍ତ ହୋଇଛନ୍ତି ।

Last Updated : Jan 31, 2022, 7:44 PM IST

ABOUT THE AUTHOR

...view details