ମୁମ୍ବାଇ:ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) ୩୭ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜିଆଣ୍ଟ୍ସ । ଟସ୍ ଜିତି ପ୍ରଥମେ ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ମୁମ୍ବାଇ । ଇନିଂସ ଆରମ୍ଭରୁ ଲକ୍ଷ୍ନୌ ଦଳ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲା । ତେବେ ମୁମ୍ବାଇ ବୋଲର ଶୃଙ୍ଖଳିତ ବୋଲିଂ କରି ଲକ୍ଷ୍ନୌ ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାକୁ କୌଣସି ସୁଯୋଗ ଦେଇନଥିଲେ ।
ପ୍ରଥମ ୱିକେଟ ପାଇଁ ଲକ୍ଷ୍ନୌର ଦୁଇ ଓପନରଙ୍କ ମଧ୍ୟରେ ୨୭ ରନ୍ର ଭାଗିଦାରୀ ହୋଇଥିଲା । ଏହାପରେ କ୍ବିଣ୍ଟନ ଡି କକ୍ଙ୍କ ୱିକେଟ ହରାଇଥିଲା ଲକ୍ଷ୍ନୌ । ସେପଟେ ଲକ୍ଷ୍ନୌର ଅଧିନାୟକ କେ.ଏଲ. ରାହୁଲ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ । ସେ ୬୨ ବଲ୍ରୁ ଶତକ ହାସଲ କରି ଅପରାଜିତ ରହିଛନ୍ତି । ରାହୁଲଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟାଟର ବଡ଼ ସ୍କୋର କରି ପାରିନଥିଲେ । ମନୀଷ ପାଣ୍ଡେ କିଛି ସମୟ ପଡ଼ିଆରେ ବିତାଇଥିଲେ ସୁଦ୍ଧା ସେ ମାତ୍ର ୨୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଲକ୍ଷ୍ନୌ ୬ ୱିକେଟ ହରାଇ ୧୬୮ ରନ୍ କରିଛି ।