ଓଡିଶା

odisha

ETV Bharat / sports

IPL 2022: ବିଜୟ ଟ୍ରାକ୍‌କୁ ଫେରିଲା କୋଲକାତା ନାଇଟ ରାଇଡର୍ସ - କୋଲକାତା ବନାମ ରାଜସ୍ଥାନ

ଲଗାତାର ପରାଜୟ ପରେ ପୁଣି ବିଜୟ ଟ୍ରାକକୁ ଫେରିଛି କୋଲକାତା ନାଇଟ ରାଇଡର୍ସ । ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର 47ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ପରାସ୍ତ କରିଛି KKR । ଅଧିକ ପଢନ୍ତୁ

ipl 2022 Kolkata Knight Riders win by 7 wickets aganist Rajasthan Royals
IPL 2022: ରାଜସ୍ଥାନକୁ 7 ୱିକେଟରେ ହରାଇଲା କୋଲକାତା

By

Published : May 3, 2022, 8:16 AM IST

ମୁମ୍ବାଇ:ଲଗାତାର ପରାଜୟ ପରେ ପୁଣି ବିଜୟ ଟ୍ରାକକୁ ଫେରିଲା କୋଲକାତା ନାଇଟ ରାଇଡର୍ସ(KKR) । ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର 47ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ପରାସ୍ତ କରିଛି KKR । ଏହି ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମକୁ ଉଠିଛି ନାଇଟ ରାଇଡର୍ସ । ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ରିଙ୍କୁ ସିଂ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ୍‌ ଜିତି ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା କୋଲକାତା । ଏହାପରେ ମାତ୍ର 7 ରନରେ ଓପନର ଦେବଦତ୍ତ ପାଦିକ୍କଲଙ୍କ ରୂପରେ ପ୍ରଥମ ୱିକେଟ ହରାଇଥିଲା ରାଜସ୍ଥାନ । ପରେ କ୍ୟାପଟେନ୍‌ ସଞ୍ଜୁ ସାମସନ ଓ ଜସ ବଟଲର ସ୍ଥିତି ସମ୍ଭାଳି ଖେଳିଥିଲେ । କ୍ୟାପଟେନ ସଞ୍ଜୁ ସାମସନ ସର୍ବାଧିକ ୫୪ ରନ୍‌ ସଂଗ୍ରହ କରିଥିଲେ । ସେ ୪୯ ବଲ୍‌ରେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ସଞ୍ଜୁଙ୍କ ପରେ ସିମ୍ରନ ହେଟମେୟର ଗୋଟିଏ ଚୌକା ଓ ଛକା ସହ ୧୩ ବଲ୍‌ରୁ ୨୭ ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ । ଷ୍ଟାର ବ୍ୟାଟ୍‌ର ବଟଲର ୨୫ ବଲ୍‌ରେ ୨୨ ରନ୍‌ର ଇଂନିସ ଖେଳିଥିଲେ ।

ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୫ ୱିକେଟ ହରାଇ ୧୫୨ ରନ୍‌ ସଂଗ୍ରହ କରିଥିଲା । କୋଲକାତା ଆଗରେ 153 ରନ ବିଜୟ ଲକ୍ଷ୍ୟ ରହିଥିଲା । ଅନ୍ୟପଟେ କୋଲକାତା ବୋଲର ଟିମ ସାଉଦୀ ୪ ଓଭର ବୋଲିଂ କରି ୪୬ ରନ ବ୍ୟୟକରିବା ସହ ସର୍ବାଧିକ ୨ ୱିକେଟ ହାସଲ କରିଥିଲେ । ଅନ୍ୟ ବୋଲର ଶିବମ ମାବି, ଉମେଶ ଯାଦବ ଓ ଅନୁକୁଲ ରଏ ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ ।

153 ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଶ୍ରେୟାସ ବାହିନୀ । ଦଳୀୟ ସ୍କୋର 32ରେ ଉଭୟ ଓପନରଙ୍କୁ ହରାଇଥିଲା ଦଳ । 16 ରନରେ ଦଳର ପ୍ରଥମ ୱିକେଟ ପତନ ହୋଇଥିଲା । ଆରୋନ ପିଞ୍ଚ (4) ଇନ୍ଦ୍ରଜିତ 15 ରନ କରି ଆଉଟ ହୋଇଥିଲେ । ଏହାପରେ ଅଧିନାୟକ ଶ୍ରେୟସ ଆୟର ଓ ନୀତିଶ ରାଣା ସ୍ଥିତି ସମ୍ଭାଳି ଖେଳିଥିଲେ । ତୃତୀୟ ୱିକେଟରେ ଉଭୟ 60 ରନ ଯୋଡିଥିଲେ । ଦଳୀୟ ସ୍କୋର 92ରେ ଆୟର 34 ରନ କରି ଆଉଟ ହୋଇଥିଲେ । ଏହା ପରେ ରିଙ୍କୁ ସିଂ ଦମଦାର ସଟ ଖେଳିଥିଲେ । ତାଙ୍କୁ ସହଯୋଗ କରିଥିଲେ ରାଣା । 12 ବଲରେ ଦଳକୁ ବିଜୟ ପାଇଁ 18ରନ ଆବଶ୍ୟକ ଥିଲା । ରିଙ୍କୁ ସିଂ 23 ବଲରୁ ଅପରାଜିତ 42 ରନ କରିଥିଲେ । ଶେଷ ଓଭର ପ୍ରଥମ ବଲରେ ରାଣା ଛକା ମାରି ଦଳକୁ ଜିତାଇଥିଲେ । ନୀତିଶ ରାଣା 37 ବଲରେ ଅପରାଜିତ 48 ରନ କରିଥିଲେ । ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ, ପ୍ରସିଦ୍ଧ କ୍ରିଷ୍ଣା ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ABOUT THE AUTHOR

...view details