ଓଡିଶା

odisha

ETV Bharat / sports

IPL 2022: ଆସନ୍ତାମାସରେ ବେଙ୍ଗାଲୁରୁରେ ମେଗା ନିଲାମ - ବେଙ୍ଗାଲୁରୁରେ ମେଗା ନିଲାମ

ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ର ମେଗା ନିଲାମ ବେଙ୍ଗାଲୁରୁରେ ୧୨ ଓ ୧୩ ଫେବୃଆରୀରେ ଦୁଇଦିନ ଧରି ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

IPL 2022 IPL CHAIRMAN BRIJESH PATEL CONFIRMS MEGA AUCTION WILL BE HELD ON 12TH 13TH FEBRUARY IN BANGALORE
IPL 2022: ଆସନ୍ତାମାସରେ ବେଙ୍ଗାଲୁରୁରେ ମେଗା ନିଲାମ

By

Published : Jan 12, 2022, 7:19 AM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨କୁ ସମସ୍ତଙ୍କର ଅପେକ୍ଷା ରହିଛି । ନୂଆ ରୂପରେ ନୂଆ ଢଙ୍ଗରେ ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍‌କୁ ଦେଖିବାକୁ ମିଳିବ । ଦୁଇଟି ନୂଆ ଟିମ ଓ ମେଗା ନିଲାମ ପ୍ରକ୍ରିୟାରେ କେଉଁ ଖେଳାଳି କେଉଁ ଟିମରେ ସାମିଲ ହେଉଛନ୍ତି ଫ୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ବଢିବାରେ ଲାଗିଛି । ଫଳରେ ମଙ୍ଗଳବାର BCCI ଏନେଇ ଚିତ୍ର ସ୍ପଷ୍ଟ କରିଛି । ଆଇପିଏଲ ୨୦୨୨ର ମେଗା ନିଲାମ କାର୍ଯ୍ୟକ୍ରମ ଆସନ୍ତାମାସରେ ହେବ । ତେବେ ଦେଶରେ ବୃଦ୍ଧି ପାଇଥିବା COVID-19 ସଂଖ୍ୟାକୁ ଦୃଷ୍ଟିରେ ରଖି ଚୁଡାନ୍ତ ତାରିଖ ସ୍ଥିର ହୋଇନଥିଲା, ମାତ୍ର ଏବେ ଚିତ୍ର ସ୍ପଷ୍ଟ ହୋଇଛି । ଖାସ୍‌ କଥା ଏଥର ଦୁଇଦିନ ଧରି ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥର ମ୍ୟାଚ୍‌ ସଂଖ୍ୟା ମଧ୍ୟ ବଢିବ । ୬୦ ବଦଳରେ ୭୪ଟି ମ୍ୟାଚ୍‌ ଖେଳାଯିବ ।

ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି, "ମେଗା ନିଲାମ ୧୨ ଓ ୧୩ ଫେବୃଆରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ସମସ୍ତ ଖେଳାଳିଙ୍କ ତାଲିକା ମଗାଯାଇଛି । ପ୍ରାୟ ୧ ହଜାର ଖେଳାଳିଙ୍କ ମଧ୍ୟରୁ ୨୫୦ ଖେଳାଳିଙ୍କୁ ସଟଲିଷ୍ଟ କରାଯାଇଛି । ପୂର୍ବରୁ ୮ଟି ଟିମ ୨୭ ଖେଳାଳିଙ୍କୁ ରିଚେନ କରିଛନ୍ତି । ୪ଟି ଟିମ ସର୍ବାଧିକ ୪ଜଣ ଲେଖାଏଁ ଖେଳାଳିଙ୍କୁ ନିଜ ପାଖରେ ରଖିଛନ୍ତି । ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟର ଡେଭିଡ ୱାର୍ଣ୍ଣର ଲକ୍ଷ୍ନୌ ଓ ଲେଗସ୍ପିନର ରସିଦ ଖାନ ଅହମ୍ମଦାବାଦ ଟିମ ପକ୍ଷରୁ ଖେଳିପାରନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details