ଓଡିଶା

odisha

ETV Bharat / sports

IPL 2022: ଫର୍ମକୁ ଫେରିଲେ ହାର୍ଦ୍ଦିକ, ବାଙ୍ଗାଲୋର ଆଗରେ 169 ରନର ଟାର୍ଗେଟ - ଆଇପିଏଲ 2022

IPL 2022 67ତମ ମ୍ୟାଚ ଗୁଜୁରାଟ ଟାଇଟନ୍ସ(GT) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯାଉଛି । ବାଙ୍ଗାଲୋର ଆଗରେ 169 ରନର ଟାର୍ଗେଟ ରଖିଲା ଗୁଜୁରାଟ ଟାଇଟନ୍ସ । ଅଧିକ ପଢନ୍ତୁ

IPL 2022: ବାଙ୍ଗଲୋର ଆଗରେ 169 ରନର ଟାର୍ଗେଟ ରଖିଲା ଗୁଜୁରାଟ
IPL 2022: ବାଙ୍ଗଲୋର ଆଗରେ 169 ରନର ଟାର୍ଗେଟ ରଖିଲା ଗୁଜୁରାଟ

By

Published : May 19, 2022, 10:04 PM IST

Updated : May 19, 2022, 10:32 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) 67ତମ ମ୍ୟାଚ ଗୁଜୁରାଟ ଟାଇଟନ୍ସ(GT) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 168 ରନ ସଂଗ୍ରହ କରିଛି ଟେବୁଲ ଟପ୍ପର ଟାଇଟନ୍ସ ଟିମ୍ । ଫଳରେ ରୟାଲ ଟିମ୍ ସମ୍ମୁଖରେ ରହିଛି 169 ରନର ଟାର୍ଗେଟ ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ଦଳ ପକ୍ଷରୁ ରିଦ୍ଧିମାନ ଶାହା ଏବଂ ସୁବମନ ଗିଲ୍ ଓପନିଂ କରିଥିଲେ । ମାତ୍ର 4 ବଲରେ ଗୋଟିଏ ରନ କରି ସୁବମନ ଗିଲ୍ ଆଉଟ ହୋଇଯିବା ପରେ ଦଳକୁ ଶକ୍ତ ଝଟକା ଲାଗିଥିଲା । ମାଥ୍ୟୁ ୱାଦେ ଏବଂ ରିଦ୍ଧିମାନ ଶାହା ସତର୍କତା ପାଳି ଆରମ୍ଭ କରିଥିଲେ । କିନ୍ତୁ ୱାଦେ 13 ବଲରେ 16 ରନ୍ କରି ପାଭିଲିୟନ ଫେରି ଯାଇଥିଲେ ।

ଏହାପରେ ଅଧିନାୟକ ପାଣ୍ଡ୍ୟାଙ୍କ ସହ ଡେଭିଡ ମିଲର ସତର୍କତାର ସହ ଖେଳି ଦଳୀୟ ସ୍କୋର 62ରୁ 123 ରେ ପହଞ୍ଚାଇଥିଲେ । ହାର୍ଦ୍ଧକ ଅପରାଜିତ 62 ରନ କରି ଥିବାବେଳେ ମିଲର 25, ରାହୁଲ ତେୱାତିଆ 2 ଏବଂ ରଶିଦ ଖାନ 6 ବଲରେ ଅପରାଜିତ 19 ରନ ସଂଗ୍ରହ କରିଥିଲେ । ସେପଟେ ବାଙ୍ଗଲୋର ପକ୍ଷରୁ ହାଜେଲଉଡଙ୍କୁ ସର୍ବାଧିକ 2ଟି ୱିକେଟ ମିଳି ଥିବାବେଳେ ମାକ୍ସୱେଲ ଏବଂ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Last Updated : May 19, 2022, 10:32 PM IST

ABOUT THE AUTHOR

...view details